ମତଦାନର ତାରିଖ ବଦଳି ଥିଲେ ହେଁ ଭୋଟ ଗଣତି ଓ ଫଳାଫଳ ବାକି ୪ ରାଜ୍ୟ ସହ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ।
ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ନଭେମ୍ବର ୨୩ ତାରିଖରେ ଏକାଧିକ ବାହାଘର ଓ ସାମାଜିକ କାର୍ଯ୍ୟ ସବୁ ରହିଛି। ତେଣୁ ଭୋଟିଂ ଉପରେ ଏହା ପ୍ରଭାବ ପକାଇପରେ। ଭୋଟିଂ ହାର କମି ପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି।
ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିଲେ।
ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ ବୋଲି ସେ କହିଥିଲେ।
ଏଥିସହ କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ବୋଲି ରାଜୀବ କୁମାର ସୂଚନା ଦେଇଥିଲେ। ହେଲେ ଏବେ କେବଳ ରାଜସ୍ଥାନର ଭୋଟିଂ ତାରିଖ ବଦଳିଛି।