Onn 3

ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଅଜଗର ଉଦ୍ଧାର

State

ବାରିପଦା: ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତ ଝାଉଁରିସାହି ଗ୍ରାମର ଜୈନ୍ୟକ ବ୍ୟକ୍ତିଙ୍କ ଘର ପଛପାଖ ବାଡ଼ିରୁ ଏକ ୮ ଫୁଟ୍ ଲମ୍ବ ୧୨ କିଲୋ ଓଜନର ଏକ ବିଶାଳ ଅଜଗର ମଣଦା ରେଞ୍ଜ ଅଧିନସ୍ଥ ବିଶୋଇ ସେକ୍ସନ ର ବନବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହୋଇଛି। ସୂଚନା ମୁତାବକ ଆଜି ସକାଳ ସମୟରେ ଘର ଲୋକେ ଘର ପଛପାଖ ବାଡ଼ି ବଗିଚାରୁ ଏକ ବିରାଟ ଅଜଗର ସାପ ଦେଖିବାକୁ ପାଇଥିଲେ।

ପରିବାର ଲୋକେ ଦେଖି ଡରି ଭୟଭୀତ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ ।, ଖବର ପାଇ ମଣଦା ରେଞ୍ଜ ବିଶୋଇ ସେକ୍ସନ ର ବନପାଳ କୁମଲେନ୍ଦୁ ପ୍ରସାଦ ମହାନ୍ତ, ଫୋରେଷ୍ଟ ଗାର୍ଡ ସୁରାଇ ଟୁଡୁ,ସୁରାଇ କିସ୍କୁ ,ଓ ମୁନା ନାଏକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଶିମିଳିପାଳ ସଂରକ୍ଷଣ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି।