ସେପଟେ ଏହି ଘଟଣାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏନେଇ ଚିଫ ସେକ୍ରେଟାରୀ ସ୍ତରରେ ଆଲୋଚନା ହୋଇଥିଲା l ସ୍ପେଶିଆଲ ଡିଜାଷ୍ଟର ମ୍ୟାନଜମେଣ୍ଟରେ ରାଜ୍ୟ ସରକାର ଆଗରୁ ମଧ୍ୟ ରେକର୍ଡ଼ କରିଛନ୍ତି । ଏହାକୁ ମଧ୍ୟ ସୁରୁଖୁରୁରେ ସମାପନ କରାଯିବ । ଏବେ ପର୍ଯ୍ୟନ୍ତ ବାହାନଗା ରେଳ ଦୁର୍ଘଟଣାର ୨୮ ଅପରିଚିତ ମୃତ ଶରୀର ରହିଛି । ସେଗୁଡ଼ିକୁ ଦାହ କରିବ ବିଏମସି l ପ୍ରଥମେ ଖୋର୍ଦ୍ଧା କଲେକ୍ଟରଙ୍କୁ ସିବିଆଇ ପକ୍ଷରୁ ଚିଠି ମିଳିଥିଲା । ଏହାପରେ ପରେ ତାଙ୍କ ପକ୍ଷରୁ ବିଏମସିକୁ ଚିଠି ମିଳିଥିଲା । ପରେ ଏମ୍ସ ସିବିଆଇକୁ ଚିଠି ଲେଖିଛନ୍ତି l ସିବିଆଇ ପକ୍ଷରୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପନ କରାଯିବ l ସତ୍ୟନଗର ଓ ଭରତପୁର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ ।