Onn 3

ଅନୁଗୁଳ-ଗଜପତି ପାଇଁ ୪ ନେତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ

Politics State

 

cm

ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି  । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ହୋଇଛନ୍ତି  ।

ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଶଶୀଭୂଷଣ ମହାନ୍ତିଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିବାବେଳେ ପୃଥ୍ବୀରାଜ ସାହୁଙ୍କୁ ମୋହନା ଦାୟିତ୍ବ ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି  ।