Onn 3

ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି

National & International

4-17

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ ୧୮ପ୍ରତିଶତ ଜିଏସଟି ହ୍ରାସ କରି ୫ଶତକଡା କରିଛି।
ଏହା ପୂର୍ବରୁ ଜିଏସଟି କାଉନସେଲିଂ ବୈଠକରେ ଇଭି ବ୍ୟାଟେରୀ, ବୀମା କମ୍ପାନୀ ଏବଂ ମିଲେଟ ଉପରେ ଲାଗୁ କରାଯାଇଥିବା ଜିଏସଟି ଉପରେ ଏକ ବଡ ନିଷ୍ପତ୍ତି ନିଆଯିବା ନେଇ କଳ୍ପନାଜଳ୍ପନା କରାଯାଉଥିଲା ଜିଏସଟି କାଉନସେଲିଂର ଫିଟମେଣ୍ଟ କମିଟି ମିଲେଟ ଉପରେ ୧୮ପ୍ରତିଶତ ଜିଏସଟିକୁ ହ୍ରାସ କରି ୧୨ପ୍ରତିଶତ କରିବାକୁ ସୁପାରିଶ କରିଥିଲା। ମିଲେଟରୁ ପ୍ରସ୍ତୁତ ଅଟା ଖୋଲାରେ ବିକ୍ରି ହେଲେ ଏଥିରେ ଜିଏସଟି ନ ଲାଗିବା ନେଇ ଦାବି କରାଯାଉଥିଲା।