Onn 3

ବାତ୍ୟା ସମ୍ଭାବନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆରମ୍ଭ କଲେ ପ୍ରସ୍ତୁତି

State

cs

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦିନରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାରଣ ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସରେ ଏହି ବାତ୍ୟା ହୋଇଥାଏ। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି।

ବୈଠକରେ ଉନ୍ନୟନ କମିଶନର, ଏସଆରସି, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ବିଭାଗର ଡିଜି, ୧୨ଟି ବିଭାଗର ସଚିବ ଉପସ୍ଥିତ ଥିଲେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅକ୍ଟୋବର ୧୦ ତାରିଖ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ସାଧାରଣତଃ ମୌସୁମୀ ପ୍ରତ୍ୟାହାରର ୪୫ ଦିନ ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ଥାଏ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ପ୍ରଭାବୀ ବାତ୍ୟା ପରିଚାଳନା ପାଇଁ ଓଡ଼ିଶା ବେଶ୍ ପରିଚିତ। ଅତୀତରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କ୍ଷୟକ୍ଷତିକୁ ସରକାର ଆଗୁଆ ଅନେକ ପଦକ୍ଷେପ ନେଇ କମ୍ କରିବାରେ ସଫଳ ହୋଇଛନ୍ତି। ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରଶଂସିତ ହୋଇଛନ୍ତି।