Onn 3

ମେସ୍‌ର ବନ୍ଦ ରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

de

ଉଦଳା: ମେସ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ମେସ୍‌ରେ ରହୁଥିବା ଆରଡିଏସ୍ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ପଢୁଥିବା ଛାତ୍ରୀ ଗୁରୁବାର ସକାଳେ କୋଚିଂ କ୍ଲାସ୍ ନିମନ୍ତେ ଯାଇନଥିଲେ । ତେବେ ଅନ୍ୟ ସହପାଠୀମାନେ କୋଚିଂ କ୍ଲାସ୍ ଯାଇ ଫେରିବା ପରେ ନିଜ ରୁମ୍‌କୁ ଆସିଥିଲେ । କିନ୍ତୁ ରୁମ୍‌ର କବାଟ ବାଡେଇବାରୁ କବାଟ ଭିତର ପଟୁ ବନ୍ଦ ଥିବା ଛାତ୍ରୀମାନେ ଜାଣିବାକୁ ପାଇଥିଲେ । ପରେ ଅନ୍ୟ ଛାତ୍ରୀମାନେ ଏବଂ ମେସ୍‌ର ମାଲିକ ଆସି କବାଟ ଭାଙ୍ଗି ଖୋଲିବା ପରେ ରୁମ୍‌ ଭିତରେ ଛାତ୍ରୀଜଣଙ୍କ ବେକରେ ଓଢଣୀ ଲଗାଇ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଛାତ୍ରୀଙ୍କୁ ସେଠାରୁ ଓହ୍ଲାଇଥିଲେ । କିନ୍ତୁ ସେତେବେଳକୁ ଛାତ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା ।

ପରେ ଏ ନେଇ ପରିବାର ଲୋକ ଏବଂ ଉଦଳା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀ ଜଣଙ୍କ ରୁମ୍‌ରେ ଥିବା ଏକ ବହି ଥାକରେ ଓଢଣୀ ଲଗାଇ ଝୁଲି ପଡିଥିବା ବେଳେ ମୃତ୍ୟୁକୁ ନେଇ ଅନେକ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।