Onn 3

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ

State

blo

କଟକ : ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ ଗଣେଶଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ଯୁବକଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରତିବାଦରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁଲୋକେ ଖୁଣ୍ଟୁଣୀ ନରସିଂହପୁର ୬୫ନମ୍ୱର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ମାଣିଆବନ୍ଧ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।