Onn 3

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଛଉ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

State

ବାରିପଦା: ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲା ସାରା ବିଶ୍ବରେ ପରିଚିତ । ଛଉ ପ୍ରତି ସରକାରଙ୍କ ପ୍ରୋତ୍ସାହନ ଅଭାବ ,ଛଉ ପ୍ରତିଷ୍ଠାନ ପାଇଁ ଅଣଦେଖା,ଛଉର ଵ୍ଯାପକ ପ୍ରଚାର ଓ ପ୍ରସାରର ଅଭାବ,ଛଉ କଳାକାରଙ୍କୁ ଚିହ୍ନଟ କରି ବୃତ୍ତି ଓ ଭତ୍ତା ପ୍ରଦାନରେ ଟାଳଟୁଳ ନୀତି, ଅନୁଷ୍ଠାନ ଗୁଡିକରେ ଛଉ ବାଦ୍ୟ ସଂକଟ,ଛଉଗୁରୁ ନିଯୁକ୍ତି ଅଭାବ,ଛଉ ଏକାଡେମୀରୁ ଗୁରୁତ୍ଵ ନ ଦେବା ଯାହାକୁ ନେଇଛଉ ସଂଗଠକ ମାନେ ଦିନକୁ ଦିନ ଛଉ ପ୍ରତି ଅନାଗ୍ରହ ହୋଇ ଦୂରେଇ ଯାଉଛନ୍ତି । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଛଉ ଅନୁଷ୍ଠାନ ଏବଂ କଳାକାର ମାନଙ୍କ ଦୂରାବସ୍ଥା ଦେଖି ୨୦୧୯ ରୁ ଏହାର ଉନ୍ନତିକରଣ ଏବଂ ସାରା ବିଶ୍ବରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ନେଇ ନିରନ୍ତର ଉଦ୍ୟମ ଜାରି ରଖିଥିଲେ । ଏହାକୁ ନେଇ ସ୍ବୟଂ ଶାସିତ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ସହିତ ଯୋଗାଯୋଗ କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଏକକାଳୀନ ୫ ଟି ଛଉ ପ୍ରଶିକ୍ଷଣ କେନ୍ଦ୍ର ମଂଜୁର କରାଇଛନ୍ତି ।ଆଜି ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟସ୍ଥ ଛଉ ଭବନରେ ଏକ ଛଉ ପ୍ରଶିକ୍ଷଣ କେନ୍ଦ୍ର ଶୁଭ ଉଦ୍ଘାଟନ କରିଛନ୍ତି ।

ପରେ‌ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭାରେ ଯୋଗଦେଇ ମୟୂରଭଞ୍ଜର କଳା ସଂସ୍କୃତି ସାରା ବିଶ୍ବରେ ନିଆରା ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜିଯାଇଥିବା ଲୋକକଳାକୁ ପୁନର୍ଜୀବିତ କରିବା ପାଇଁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥର ଅଭାବ ନାହିଁ । କିନ୍ତୁ ଅନୁଷ୍ଠାନକୁ ଅର୍ଥ ,ଛଉ ପ୍ରଶିକ୍ଷକ, ବାଦ୍ୟଯନ୍ତ୍ର ସବୁକିଛି ସରକାରଙ୍କ ପାଖରୁ ବ୍ୟବସ୍ଥା କରାଯିବ ।ହେଲେ ଅନୁଷ୍ଠାନକୁ ବଂଚାଇବା ହେଉଛି ଅନୁଷ୍ଠାନର ଶୃଙ୍ଖଳିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ।ଏହି ଅନୁଷ୍ଠାନରେ ନୂତନ ଛଉ କଳାକାର ଯୁବ ପ୍ରତିଭା ସୃଷ୍ଟି ହେବେ ।ଦେଶ ବିଦେଶରେ ନୃତ୍ୟ ପରିବେଷଣ କରି ନିଜର କଳା ନୈପୁଣ୍ୟ ଦେଖାଇବା ସହ ନିଜର ଆର୍ଥିକ ବିକାଶର ଲାଭ ନେଇ ପାରିବେ ।କାର୍ଯ୍ୟକ୍ରମରେ ସଂଗୀତ ନାଟକ ଏକାଡେ଼ମୀର ଅଧ୍ୟକ୍ଷା ସଂନ୍ଧ୍ଯା ପୁରେଛା, ସଂପାଦକ ସଂଜୟ‌ ଚୌଧୁରୀ ,ଜୋନାଲ ହେବ ରାଜୁ ଦାସ,ଵାମନଘାଟୀ ଛଉ ପ୍ରତିଷ୍ଠାନ ସଂପାଦକ ଦୁଷ୍ମନ୍ତ ଵସା,ଛୋଟେଲାଲ ମହାନ୍ତ,ବରୁଣ ଦେ,ସଂଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ପରେ ଛଉ କଳାକାରମାନଙ୍କ ଦ୍ଵାରା ଛଉନୃତ୍ଯ ପରିବେଷଣ କରାଯାଇଥିଲା । ସଂଗୀତ ନାଟକ ଏକାଡେ଼ମୀ ଅଧ୍ୟକ୍ଷା ସଂନ୍ଧ୍ୟା ପୁରେଛା ଛଉ କଳାକାରଙ୍କ ନୃତ୍ୟ ଦେଖି ବିମୋହିତ ହେବା ସହ ମୟୂରଭଞ୍ଜ ଛଉ ପ୍ରଶିକ୍ଷଣର ଉନ୍ନତି ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଏକକାଳୀନ ୫ ଟି ଛଉ ପ୍ରଶିକ୍ଷଣ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୂଡୁଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବାରୁ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ସମସ୍ତେ ବହୁ ଆନନ୍ଦିତ ହୋଇଥିଲେ । ଆଗାମୀ ଦିନରେ ଛଉ ପ୍ରତିଷ୍ଠାନ ଜୀବନ୍ୟାସ ପାଇବା ସହ ପୁଣିଥରେ ସମଗ୍ର ମୟୂରଭଞ୍ଜ ଛଉ ନୃତ୍ୟରେ ଦୁଲୁକିବ ଓ କମ୍ପିବ !