Niran.webp.webp

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Health and Science State

 

niran

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ବର୍ତ୍ତମାନ ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସାରା ରାଜ୍ୟକୁ ମାଡ଼ିଗଲାଣି ସ୍କ୍ରଵ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ ଏହା ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨୦୭୭ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିବା ସ୍ଥଳେ ଚିହ୍ନଟ ହେଲେଣି ୨୮୨୦ ରୋଗୀ । କେନ୍ଦ୍ରୀୟ ଟିମ ସ୍କ୍ରଵ ଟାଇଫସ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ମେଡିକାଲ ଯାଇଥିଲେ । ସେମାନେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରଵ ଟାଇଫସ ଟେଷ୍ଟିଙ୍ଗ କରୁଛି । ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ଆମକୁ ମୌଖିକ ଭାବେ କହିଛନ୍ତି କେନ୍ଦ୍ରୀୟ ଟିମ । ଖୁବ ଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେବୁ । ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଥିଲେ । ସମସ୍ତ ମୃତ୍ୟୁକୁ ନେଇ ଏବେ ଦ୍ୱନ୍ଦ୍ୱ ରହିଛି । କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପୀଡ଼ ଟେଷ୍ଟ ହେଉଛି । ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରଵ ଟାଇଫସ ରୋଗ ଚିହ୍ନଟ କରି ପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।