Onn 3

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧିଜୀ ଙ୍କ ନୀତି ଓ ଆଦର୍ଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

State

ବାରିପଦା: ଜିଲ୍ଲା ସ୍ତରୀୟ 154 ତମ ଗାନ୍ଧୀ ଜୟନ୍ତୀ -2023 ପାଳନ ଅବସରରେ ଗତକାଲି ସନ୍ଧ୍ୟା ସାତ ଘଟିକା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଙ୍କ ନୀତି ଓ ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା |

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଗଡିଆ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସନ୍ଦୀପ କୁମାର ଚାନ୍ଦ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବିକା ବିରଜା ଦେବୀ ଓ ଡ଼କ୍ଟର ଭାଗବତ ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ | ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହାପରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଆଲୋଚନା ଚକ୍ର ର ଉଦଘାଟନ କରିଥିଲେ | ପରେ ପରେ ଗାୟିକା ଭାରତୀ ଵେବର୍ତ୍ତା ଏବଂ ତାଙ୍କ ସାଥି ମାନଙ୍କ ଦ୍ୱାରା ଗାନ୍ଧିଜୀ ଙ୍କ ପ୍ରିୟ ଆଶ୍ରମ ଭଜନ ବୈଷ୍ଣବ ଜନତ ଓ ରଘୁପତି ରାଘବ ରାଜା ରାମ ସଂଗୀତ ପରିବେଷଣ କରାଯାଇଥିଲା | ନିମନ୍ତ୍ରିତ ଅତିଥି ମାନେ ମହାତ୍ମା ଗାନ୍ଧୀ ଙ୍କ ଜୀବନ ର ବିଭିନ୍ନ ସକାରାତ୍ମକ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ | ସେ କିପରି ତାଙ୍କ ଜୀବନ ର ଆଦର୍ଶ କୁ ସବୁ କ୍ଷେତ୍ର ରେ ଗୁରୁତ୍ୱ ଦେଉଥିଲେ ଏବଂ କଦାପି ସେଥିରୁ ବିଚ୍ୟୁତ ହେଉନଥିଲେ ସେ ବିଷୟରେ ଆଲୋକପାତ କରିବା ସହ ଗାନ୍ଧିଜୀ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଆଜିର ଯୁବ ସମାଜ କୁ ଆହ୍ୱାନ କରିଥିଲେ | ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ର ରେ ସହର ର ଅନେକ ଗାନ୍ଧୀ ପ୍ରେମୀ ଓ ଇନର ହୁଇଲ କ୍ଲବ ର ବହୁ ସଦସ୍ୟା ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |