Onn 3

ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି

State

 

watr

ଜଳେଶ୍ବର: ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ । ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପର ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ କରାଯାଇଛି । ମେଡିକାଲ ସମ୍ମୁଖରେ ଥିବା ଡ୍ରେନ୍ ସଫା ହେଉନଥିବାରୁ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହୋଇଛି । ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାର୍ଯ୍ଯ ଜାରି ରହିଛି ।