Onn 3

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

Politics State

 

anurag

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଇଛନ୍ତି ୭୫ ବର୍ଷ ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ ସେତିକି ଗୁରୁତ୍ୱ ଦେଇ ନାହାନ୍ତି । ତେଣୁ ବିଜେପି ଆଗାମୀ ନିର୍ବାଚନ ନିଜ ଦମରେ ଲଢି ଭଲ ଫଳାଫଳ କରିବ ବୋଲି  କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାମ ଠାକୁର । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାମ ଠାକୁର କହିଛନ୍ତି, ରାଜ୍ୟକୁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି । ୟୁପିଏ ତୁଳନାରେ ଏନଡିଏ ସମୟରେ ଓଡ଼ିଶାରେ ଯଥେଷ୍ଟ ଅଧିକ ଅନୁଦାନ ମିଳିଛି । ଏହାର ଏହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଯେଉଁ ଦୁର୍ନୀତି ହୋଇଛି ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନା ରେ ବି କାର୍ଯ୍ୟନୈଷ୍ଠାନା ହେବ। ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ।

ଏହା ସହ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ମଧ୍ୟ ଦେଇଛନ୍ତି ଅନୁରାଗ ଠାକୁର। କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ 50, 000 କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ । ହେଲେ କଂଗ୍ରେସ ସମୟରେ ମାତ୍ର 5, 000 କୋଟି ମିଳୁଥିଲା।ରାଜ୍ୟ ସରକାର ସେସବୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛନ୍ତି।  ଏହା ମହିଳା ସଂରକ୍ଷଣ ବିଲ ଏବଂ ଜି ୨୦ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି। ଏହାର ଶ୍ରେୟ ମୋଦୀଙ୍କର ବୋଲି କହିଛନ୍ତି ଅନୁରାଗ ଠାକୁର ।

ଅନ୍ୟପକ୍ଷେ ଓଡ଼ିଶା ମାଟିରେ ନବୀନଙ୍କ ‘ଜନବିରୋଧୀ’ ମନ୍ତବ୍ୟର  ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କହିଛନ୍ତି, କେହି ଜନ ବିରୋଧୀ ହୋଇ ପାରିବେନି, ସରକାର ବିରୋଧୀ ହୋଇଥିବେ। ବିଜେପି ଓ ମୋଦି ସରକାର ଗରିବ ଲୋକଙ୍କର । ବିଜେପି ଗରିବ କଲ୍ୟାଣ ପାଇଁ ଲୋକଙ୍କ ହିତ କଥା ଉଠାଉଛି।  ଆମେ କେମିତି ଜନ ବିରୋଧୀ ହେଲୁ । ମୋଦୀ ଜନ ବିରୋଧୀ କଥା କହି ନାହାନ୍ତି।