Onn 3

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ସେନା ଯବାନ ଆହତ

National & International

 

rek

ଜମ୍ମୁ-କଶ୍ମୀର: ମଙ୍ଗଳବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଦୁଇ ଜଣ ସେନା ଯବାନ ଆହତ ହୋଇଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ସୋମବାର ସନ୍ଧ୍ୟାରେ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ ଅପରେସନ ପରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା ବୋଲି ସୂଚନା ରହିଛି।

ଏ ସମ୍ପର୍କରେ ସୂଚନା ପାଇବା ପରେ ସେନା ଏବଂ ଜାମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଦଳ ସୋମବାର କାଲାକୋଟେ ଅଞ୍ଚଳରେ ଥିବା ବ୍ରୋହ ଏବଂ ସୋମ ଜଙ୍ଗଲ ବେଲ୍ଟକୁ ବନ୍ଦ କରି ଦେଇଛନ୍ତି। ଆତଙ୍କବାଦୀମାନେ କର୍ଡନ ଭାଙ୍ଗିବାକୁ ଉଦ୍ୟମ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ପ୍ରତିଶୋଧ ପରାୟଣ ହୋଇଥଲେ ବୋଲି ଅଧିକାରୀମାନେ କହିଛନ୍ତି।

ଫଳରେ ଦୁଇଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଦୁଇ ଆତଙ୍କବାଦୀ କର୍ଡନ ଅଞ୍ଚଳରେ ଥିବା ବେଳେ ଏପରି ଘଟିଛି। ଜଣେ ପ୍ରତିରକ୍ଷା ମୁଖପାତ୍ର ଏ ସଂପର୍କରେ ନିଜର ବୟାନ ଦେଇ କହିଛନ୍ତି ଯେ, ‘‘ କାଲାକୋଟର ସାଧାରଣ ଅଞ୍ଚଳରେ ମିଳିତ ଅପରେସନ ଆରମ୍ଭ କରାଯାଇଛି ଏବଂ ଆତଙ୍କବାଦୀଙ୍କ ଉପରେ ନଜର ରଖିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ବର୍ତ୍ତମାନ ଏକ ତୀବ୍ର ଅପରେସନ୍ ଚାଲିଛି।’’