Onn 3

SCBରେ ବିଜୁଳି ପରେ ପାଣି ସମସ୍ୟା

State

 

sc

କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ ପ୍ରତିଶ୍ରୁତି ପାଳନ କରିବା ପ୍ରତି ସେତେଚା ଯତ୍ନବାନ ନୁହନ୍ତି ବୋଲି ପରିଲିକ୍ଷିତ ହୋଇଛି।

ସୋମବାରଠାରୁ ରାଜ୍ୟର ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣିର ଅଭାବ ଦେଖାଦେଇଥିବାରୁ ରୋଗୀମାନେ ପିଇବା ପାଣି ଓ ଶୌଚାଳୟ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଘଟଣାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ପରିଚାଳନାଗତ ଅବହେଳାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପାଣି ଟ୍ୟାପରୁ ଏତେ ଧୀରେ ପାଣି ବାହାରୁଛି ଯେ ଗୋଟିଏ ବୋତଲ ପାଣି ଭରିବା ପାଇଁ ୨୦-୨୫ ମିନିଟ୍ ସମୟ ଲାଗୁଛି। ଗତକାଲିଠାରୁ ଜଳଯୋଗାଣ ହୋଇପାରୁନାହିଁ। ପିଇବା ପାଣି କଥା ଭୁଲି ଯାଆନ୍ତୁ, ପାଇଖାନାରେ ପାଣି ନାହିଁ ବୋଲି ଅଭିଯୋଗ କରିଛନ୍ତି ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ।

ଅନ୍ୟ ଜଣେ ରୋଗୀ କହିଛନ୍ତି, ପାଣି ନାହିଁ। ଗୋଟିଏ ବାଲଟିକୁ ଭରିବା ପାଇଁ ୨-୩ ଘଣ୍ଟା ସମୟ ଲାଗିଥାଏ। ଉଭୟ ପିଇବା ଓ ଅନ୍ୟାନ୍ୟ କାମ ପାଇଁ ପାଣି ବୋତଲ କିଣିବାକୁ ପଡ଼ୁଛି।

ସେହିପରି ଜଳଯୋଗାଣ ବ୍ୟବସ୍ଥା ନଥିବାରୁ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରକ୍ତ ପରୀକ୍ଷା, ସିଟି ସ୍କାନ, ଏକ୍ସ-ରେ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ମୋବାଇଲ୍ ଲାଇଟ୍ ଲଗାଇ ରୋଗୀଙ୍କୁ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର।

ସୂଚନାଯୋଗ୍ୟ, ଏସସିବି ମେଡିକାଲ କଲେଜରେ ଅତୀତରେ ସଫେଇ ବ୍ୟବସ୍ଥାର ଅଭାବ, ଅତ୍ୟଧିକ ଭିଡ଼, ରୋଗୀ ସେବା ବ୍ୟବସ୍ଥାର ଅବ୍ୟବସ୍ଥାକୁ ନେଇ ଡାକ୍ତରଖାନା ସମାଲୋଚିତ ହୋଇଛି। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବାକୁ ଗୋଟିଏ ପଟେ ଡେଙ୍ଗୁରା ପିଟୁଥିବା ବେଳେ ଏହି ସଦ୍ୟତମ ଘଟଣା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।