Onn 3

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ

State

 

ac

ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ | ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ବାଇକକୁ ଟ୍ରକ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି |

ଉଭୟ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ନନ୍ଦିପଦା ପୋଲିସ ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛି | ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର  ଥାନାରେ ଆତ୍ମସମର୍ପଣ କରିଛି | ପୋଲିସ ଅଧିକ ତଦନ୍ତ ଜାରି ରଖିଛି।