Onn 3

ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍

National & International sports

 

Mascots

ନୂଆଦିଲ୍ଲୀ : ୨୦୨୩ ବିଶ୍ୱକପ କ୍ରିକେଟକୁ ଆଉ ୫ ଦିନରୁ କମ ସମୟ ରହିଛି। ଆଜି ଆଇସିସି ବିଶ୍ୱକପ ୨୦୨୩ ଲାଗି ଦୁଇଟି ମାସ୍କଟ ଜାରି କରିଛି। ମାସ୍କଟ ଦୁଇଟିର ନାଁ ରହିଛି ବ୍ଲେଜ୍ ଓ ଟୋଙ୍କ୍। ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୫ରୁ ଏହି ବିଶ୍ୱକପ ଆରମ୍ଭ ହୋଇ ନଭେମ୍ବର୧୯ରେ ଶେଷ ହେବ। ଏଥିରେ ବିଶ୍ୱର ୧୦ଟି ଦେଶ ଭାଗ ନେଉଛନ୍ତି।
ବିଶ୍ୱକପ ୨୦୨୩ରେ ଭାଗ ନେଉଥିବା ଦେଶଗୁଡିକ ହେଉଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନେଦରଲାଣ୍ଡସ, ନିୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା। ଭାରତର ୧୦ଟି ସ୍ଥାନରେ ଏହି ବିଶ୍ୱକପ ଅନୁଷ୍ଠିତ ହେବ। ସେ ସ୍ଥାନଗୁଡିକ ହେଉଛି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ, ଚେନ୍ନାଇର ମୁଥିଆଃ ଆନ୍ନାମଲାଈ ଚିଦାମ୍ବରମ ଷ୍ଟାଡିୟମ, ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକନ କ୍ରିକେଟ ଷ୍ଟାଡିୟମ, ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଆନ୍ତର୍ଜାତିକ ଷ୍ଟାଡିୟମ, ବେଙ୍ଗାଲୁରୁର ମଙ୍ଗଲମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ମୁମ୍ବାଇର ୱାଖଡେ ଷ୍ଟାଡିୟମ ଓ କୋଲକାତାର ଇଡେନ ଗାର୍ଡେନସ।