Onn 3

ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍‌ଙ୍କୁ ଉପହାସ କଲେ ଟ୍ରମ୍ପ୍‌

National & International

 

z

ଆନ୍‌ହାଇମ୍‌: ଆମେରିକାର ଆନ୍‌ହାଇମ୍‌ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍‌ ରିପବ୍ଲିକାନ୍‌ ପାର୍ଟି କନ୍‌ଭେନ୍‌ସନ୍’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍‌) ବାଟ ପାଉନାହାନ୍ତି।
ସମବେତ ଜନତାକୁ ଉଦ୍‌ବ‌ୋଧନ ଦେଇ ଟ୍ରମ୍ପ୍‌ ମଞ୍ଚ ଉପରେ ବାଇଡେନ୍‌ ବାଟ ଖୋଜି ପାଉ ନ ଥିବାର ଅଭିନୟ କରୁ କରୁ କହିଲେ, ଦେଖେ ମୁଁ ପାହାଚ ଖୋଜି ପାଉଛି କି, ନାହିଁ।
ଟ୍ରମ୍ପ୍‌ଙ୍କ କଥାକୁ ଉଦ୍ଧୃତ କରି ‘ସିଟିଜେନ୍‌ ଫ୍ରି ପ୍ରେସ୍‌’ ରିପୋର୍ଟ କରିଛି ଶ୍ରୋତାମାନେ ହର୍ଷୋତ୍‌ଫୁଲ୍ଲିତ ହେଉଥିବା ବେଳେ ଟ୍ରମ୍ପ୍‌ କହୁଛନ୍ତି, ଦେଖନ୍ତୁ, ଏଇଟା ମଞ୍ଚ। ଏହି ମଞ୍ଚକୁ ମୁଁ ଆଗରୁ ଦେଖିନାହିଁ। କିନ୍ତୁ, ଯଦି ମୁଁ ବାମ ପଟକୁ ଯିବି ସେଠାରେ ପାହାଚ ଥିବା ଦେଖିବି। ଯଦି ଦକ୍ଷିଣ ପଟକୁ ଯିବି ସେଠାରେ ବି ପାହାଚ ଥିବା ଦେଖିବି। କିନ୍ତୁ, ଏ ବ୍ୟକ୍ତି ଉଠିପଡ଼ି କହୁଛନ୍ତି ମୁଁ କେଉଁଠି ଅଛି?
ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ବୟସ୍କ ରାଷ୍ଟ୍ରପତି ୮୦ ବର୍ଷିୟ ଜୋ ବାଇଡେନ୍‌ ବିଭିନ୍ନ ସମୟରେ ସଭାସମିତିରେ ଯୋଗ ଦେବା ବେଳେ ଝୁଣ୍ଟି ପଡ଼ିଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର ହୋଇଛି।
ଏଥର ନିର୍ବାଚନରେ ବି ସେ ଦ୍ବିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ, ତାଙ୍କର ବୟସ ଓ ଶାରୀରିକ ସୁସ୍ଥତା ପୁନଃ-ନିର୍ବାଚନ ପ୍ରଚାର ଅଭିଯାନ ପାଇଁ କେତେ ଦୂର ସହାୟକ ହେବ ତାହା ଏବେ ଜଣାପଡ଼ିନାହିଁ।