Onn 3

ପ୍ରୋତ୍ସାହନ ପରେ ନଳିତା ଚାଷ ପ୍ରତି ଆଗ୍ରହ

State

ବଡ଼ବଡ଼ୁଆ ଡ଼ାକିବା ପାଇଁ ନଳିତା ପଚାଇଲେଣି ଚାଷୀ

ଆଗରପଡ଼ା (୨୮/୯) :ଗତ ବର୍ଷ ଅକ୍ଟୋବର ମାସରେ “କାଗଜକଲମରେ ସୀମିତ ସରକାରୀ ପ୍ରୋତ୍ସାହନ ବୁଡ଼ିଯାଉଛି ନଳିତା ଚାଷ;ଚେଇଁ ଶୋଇଛି କୃଷି ବିଭାଗ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଇ ନଳିତା ଚାଷ ବାବଦରେ ପ୍ରୋତ୍ସାହନ ରାଶୀ ପ୍ରଦାନ ନିମନ୍ତେ ଚାଷୀଙ୍କ ଠାରୁ ଆବଶ୍ୟକୀୟ କାଗଜ ପତ୍ର ଗ୍ରହଣ କରାଯିବାପରେ ଚାଷୀଙ୍କ ଜମା ଖାତାକୁ ବିଭାଗ ତରଫରୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପ୍ରୋତ୍ସାହିତ ହେବା ପରେ ଚାଷୀ ଚଳିତ ବର୍ଷ ମଧ୍ୟ ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନିଜକୁ ନିଯୋଜିତ କରିଥିବା ଜଣାପଡ଼ିଛି । ସରକାର ବିଭିନ୍ନ ପ୍ରକାର ଚାଷ ପାଇଁ ପ୍ରୋତ୍ସାହନ ରାଶି ଚାଷୀଙ୍କୁ ପ୍ରଦାନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ କଳାପ ଯୋଗୁଁ ଚାଷୀ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଥିଲା । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ନଳିତା ଚାଷ କ୍ଷେତ୍ରରେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଓ ବୋଡ଼କମୁହାଜୀବୀ ଗ୍ରାମର ନଳିତା ଚାଷ କରୁଥିବା ଚାଷୀ ଗତ୧୯୯୯ ମସିହାରୁ ଗତ ବର୍ଷ ୨୦୨୨ ଅକ୍ଟୋବର ମାସ ପର୍ଯ୍ୟନ୍ତ ଉକ୍ତ ଚାଷରେ ନିଜକୁ ନିୟୋଜିତ କରି ସେମାନେ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହୋଇ ଆସୁଥିବା ଅଭିଯୋଗ କରିଥିଲେ । ବିଭାଗୀୟ ଅଧିକାରୀ ଆସୁଥିଲେ ସେମାନଙ୍କ ସହ ଯୋଗାଯୋଗ କରୁଥିଲେ ଓ କିଛି ବିବରଣୀ ନେଇ ଫେରି ଯାଉଥିଲେ ଯଦ୍ୱାରା କାଗଜ କଲମରେ ସେମାନଙ୍କ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ସୀମିତ ରହି ଯାଉଥିବା ସେମାନେ ଆମ ପ୍ରତିନିଧିଙ୍କୁ କହିଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତ୍ତିଭୂମି ଥିଲେ ସୁଦ୍ଧା ସରକାରଙ୍କ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏହି ଚାଷର ବିକାଶ ଆଶାନୁରୂପ ହୋଇପାରୁନଥିବା ଏବଂ ଚାଷୀ ଉକ୍ତ ଚାଷରୁ ମୁହଁ ଫେରାଇନେଉଥିବା ଜଣାପଡ଼ିଥିଲା । ବନ୍ତ ବ୍ଲକ ର ବିଭିନ୍ନ ପଂଚାୟତରେ ଏହି ଚାଷ ପାଇଁ ଭିତ୍ତିଭୂମି ରହିଥିଲେ ସୁଦ୍ଧା ସରକାରଙ୍କ ପଦତ୍ତ ସୁବିଧାସୁଯୋଗ ଚାଷୀଙ୍କ ପାଖରେ ଠିକ୍‌ରେ ପହଂଚିପାରୁନଥିବାର ଜଣାପଡ଼ିଥିଲା । ଓଡ଼ଙ୍ଗ ପଂଚାୟତର ବୋଡ଼କପାଟଣା ଓ ବୋଡ଼କମୁହାଜୀବୀ ଗ୍ରାମର ଭଗବାନ ପୃଷ୍ଟି,କାର୍ତ୍ତିକ ଜେନା,ମହେନ୍ଦ୍ର ଜେନା,ହରିହର ଜେନା,ବାଉଲି ଖିଲାର,ଜଲି ଦାସ,ନୃସିଂହ ଦାସ,ଅପର୍ତ୍ତି ସାହୁ,ବାବୁଲି ସାହୁ,ସୁରେନ୍ଦ୍ର ଜେନା ଏହିପରି ପାଖାପାଖି ୫୦ଜଣ ଚାଷୀ ଏହି ଚାଷରେ ନିଜକୁ ପଂଜିକୃତ କରିଥିଲେ ।

Photo1 for the News of Nalita Chasa Photo for the News of Nalita chasa

ପୁର୍ବରୁ ଏହି ଚାଷକୁ ପାଥେୟ କରି ଏହିପରି ବହୁ ପରିବାର ନିଜର ଗୁଜୁରାଣ ମେଣ୍ଟାଉଥିଲେ କିନ୍ତୁ ବର୍ତ୍ତମାନ ଯେତିକି ପରିବାର ଏହି ଚାଷ କରୁଛନ୍ତି ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ କୃଷି ବିଭାଗ ନାରାଜ ଥିଲା । ଏହି ଚାଷ ସମୟରେ ଚାଷୀଙ୍କ୍‌ୁ ଉପଯୁକ୍ତ ବିହନ,ବୈଷୟୀକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆ ଯାଉନଥିବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ । ସରକାରଙ୍କ ପ୍ରଦତ୍ତ ସୁବିଧା ଚାଷୀ ପାଉନଥିବାରୁ ସେମାନେ କେବଳ ଧାନ ଚାଷ ଓ ପନିପରିବା ଚାଷ ଉପରେ ଗୁରୁତ୍ୱ ଦେଉଥିଲେ । ଅପର ପକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପରୋକ୍ଷରେ ଉକ୍ତ ଅଂଚଳରେ ଏହି ଚାଷ ହେଉଥିବାର ସ୍ୱୀକାର କରିବା ସହ ସେମାନେ ସରକାରଙ୍କ ସମସ୍ତ ସୁବିଧା କିପରି ଚାଷୀ ପାଇ ପାରିବେ ସବୁବେଳେ ଚେଷ୍ଟା କରୁଥିବା କହିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଇ ନଳିତା ଚାଷ ବାବଦରେ ପ୍ରୋତ୍ସାହନ ରାଶୀ ପ୍ରଦାନ ନିମନ୍ତେ ଚାଷୀଙ୍କ ଠାରୁ ଆବଶ୍ୟକୀୟ କାଗଜ ପତ୍ର ଗ୍ରହଣ କରାଯିବାପରେ ଚାଷୀଙ୍କ ଜମା ଖାତାକୁ ବିଭାଗ ତରଫରୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପ୍ରୋତ୍ସାହିତ ହେବା ପରେ ଚାଷୀ ଚଳିତ ବର୍ଷ ମଧ୍ୟ ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନିଜକୁ ନିଯୋଜିତ କରିଛନ୍ତି । ଏବଂ ବୁଡ଼ି ଯାଉଥିବା ଚାଷକୁ ଉଜ୍ଜୀବିତ କରିବା ସହ ଝୋଟର ଚାହିଦା ବୃଦ୍ଧି ପାଇଁ ଚେଷ୍ଟିତ ମଧ୍ୟ ହେଉଥିବା ଜଣା ପଡ଼ିଛି । ସେହିପରି ପବିତ୍ର ଆଲୋକର ପର୍ବ ଦୀପାବଳି ପାଳିବା ଅବସରରେ ଓଡ଼ିଆ ମାନେ ଏକ ସାଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାରେ ଗାଁ ଦାଣ୍ଡରେ ଏକତ୍ରିତ ହୋଇ “ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର”ବୋଲି ପ୍ରାର୍ଥନା କରିଥାନ୍ତି । ତେଣୁ ଆସନ୍ତା ମାସରେ ଉକ୍ତ ପର୍ବ ପାଳିବାରେ ଆବଶ୍ୟକ କାଉଁରିଆ କାଠି ପ୍ରସ୍ତୁତ ନିମନ୍ତେ ଚାଷୀ ନଳିତା ପଚାଉଥିବା ମଧ୍ୟ ଜଣାପଡ଼ିଛି ।