Onn 3

ବାରିପଦା ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

State

ବାରିପଦା: ଆଜି ବାରିପଦା ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା ଙ୍କ ତତ୍ତ୍ୱlବଧାନ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ପ୍ରଥମ ଅଧିବେଶନ ରେ ସ୍ୱସ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜେମେଣ୍ଟ ଏଣ୍ଡ ସୋସିଆଲ ଷ୍ଟାଡି଼ଜ ର ଅଧ୍ୟକ୍ଷ ପ୍ରଫେସର ରାଜ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ପ୍ରାରମ୍ଭ ରେ ପଲ୍ଲବୀ ପ୍ରହରାଜ ସ୍ୱାଗତ ଭାଷଣ ପ୍ରଦାନ କରଥିଲେ | ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଏଇ ଦିବସ ପାଳନ ର ଆଭିମୁଖ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ | ମୁଖ୍ୟ ଅତିଥି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ର ଆବଶ୍ୟକତା ଏହାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା କିପରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ସେ ସମ୍ଭନ୍ଧ ରେ ଉଲ୍ଲେଖ କରିଥିଲେ |
ଏହି ଅବସରରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରରେ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |

ସେହିପରି କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି ଯୋଗ ଦେଇ ବିଶ୍ୱରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ପର୍ଯ୍ୟଟନ ଏକ ସେତୁ ସଦୃଶ | ବର୍ତମାନ ସମୟରେ ଦେଶର ଅର୍ଥ ନୈତିକ ଅଭିବୃଦ୍ଧି କ୍ଷେତ୍ର ରେ ପର୍ଯ୍ୟଟନ ପ୍ରମୁଖ ଭୂମିକା ବହନ କରିଛି |

ଏହି ଅବସରରେ କୁଇଜ଼ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ | ହାଇସ୍କୁଲ ସ୍ତରରେ ସେଣ୍ଟ ଜାଭିଅର ସ୍କୁଲ ର ଶ୍ରଦ୍ଧା ଭଞ୍ଜଦେଓ, କେନ୍ଦ୍ରୀୟ ବିଦ୍ୟାଳୟ ର ଅମନ ଶତପଥି ଓ ବିଦ୍ୟା ବିହାର ର ଅମନ କୁମାର ସିଂ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ରାଶି 1000/-, 700/- ଓ 500/- ପାଇଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ବାରିପଦା କଲେଜ ର ଦିବ୍ୟଜ୍ୟୋତି ଶତପଥି, ଏମ ପି ସି ଜୁନିଅର କଲେଜ ର କ୍ଷେତ୍ର ମୋହନ ମାରାଣ୍ଡି ଓ ଏମ ପି ସି autonomous କଲେଜ ର ବୁଜନ ମୁର୍ମ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ରାଶି 1000/,700/- ଓ 500/- ପାଇଥିଲେ |

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରି ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ | ଶେଷରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |