Onn 3

୯ ଦିନରେ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୧୧୬୦ରୁ ଊର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

State

st

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱରରେ ପହଞ୍ଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୩୦୮ ଛାତ୍ରଙ୍କଠାରୁ ୧୫୩ଟି ଆଇଡିଆ ସଂଗ୍ରହ କରିଛି ।

ଆଜି ଏହି ଯାତ୍ରା ବାଲେଶ୍ୱର ଜିଲ୍ଲାର ୫ଟି କଲେଜ, ଗଜପତି ଜିଲ୍ଲାରେ ୪ଟି କଲେଜ ଓ ସୋନପୁର ୨ଟି କଲେଜ ଗସ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୮୮ଟି କଲେଜ୍ ଏବଂ ୨୫ଟି ବିଦ୍ୟାଳୟ ଗସ୍ତ କରିସାରିଛି । ଏଥିରେ ୧୧୪୦୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ୧୧୬୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତ୍ତିଭୂମି ତିଆରି କରିପାରିଛି ।

ମଙ୍ଗଳବାର ଦିନ ଏହି ଯାତ୍ରା ଆଉ ତିନୋଟି ଜିଲ୍ଲା ମୟୂରଭଞ୍ଜ, ରାୟଗଡ଼ା ଓ ବରଗଡ଼ ଜିଲ୍ଲା ଗସ୍ତ କରି ବିଭନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିବ । ଏହି ଯାତ୍ରାର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।