ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଭୋର୍ ସକାଳ ପ୍ରାୟ ୩ଟା ସମୟରେ ଏହା ଘଟଣା ଘଟିଛି । ଏହାପରେ ଲାରାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି ।
ସୂଚନା ମୂତାବକ ଆଜି ସକାଳ ୩ଟାରେ ଯେତେବେଳେ ବିଜୟ ତାଙ୍କ ଝିଆ ଲାରାର କୋଠରୀକୁ ଯାଇଥିଲେ । ତାଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ବିଜୟ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଲାରାକୁ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଲାରାର ମୃତ୍ୟୁ ଘଟିଛି । ଲାରା ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନି ।