Onn 3

ଯେଉଁ ବ୍ୟକ୍ତିଙ୍କ ପାଇଁ ଜେଲ ଯାଇଥିଲେ ଯୋଗୀ, ୧୬ ବର୍ଷ ପରେ ଧରିଲା ପୁଲିସ

National & International

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୧୬ ବର୍ଷ ପୂର୍ବେ ଯେଉଁ ଯୁବକଙ୍କ ପାଇଁ ଜେଲକୁ ଯାଇଥିଲେ ସେହି ବ୍ୟକ୍ତିଙ୍କୁ ଏବେ ପୁଲିସ ଗିରଫ କରିଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଦିନେ ଯେଉଁ ଯୁବକଙ୍କ ପାଇଁ ୧୬ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଦିନ ପାଇଁ ଜେଲରେ ଥିଲେ ସେହି ବ୍ୟକ୍ତିଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ପୁଲିସ ୧୬ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସମିମକୁ ଗିରଫ କରିଛି | ବାସ୍ତବରେ ୨୦୦୭ ମସିହାରେ ଗୋରଖପୁରରେ ଜଣେ ଯୁବକଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ୨୦୦୭ରେ ଗୋରଖପୁରରେ ଦଙ୍ଗା ଆରମ୍ଭ ହୋଇଥିଲା ଯେଉଁଥିରେ ସାଧାରଣ ଜନତାଙ୍କୁ ଭେଟିବାକୁ ଆସିଥିବା ତତ୍କାଳୀନ ଗୋରଖପୁର ସାଂସଦ ଯୋଗୀ ଆଦିତ୍ୟନାଥଙ୍କୁ ରାଜ୍ୟ ସରକାର ୧୧ ଦିନ ଜେଲରେ ରଖିଥିଲେ। ଜାନୁୟାରୀ ୨୫, ୨୦୦୭ରେ ଗୋରଖପୁରରେ ମହରମ ଶୋଭାଯାତ୍ରାବେଳେ କିଛି ଯୁବକ ହିନ୍ଦୁ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କ ପରେ ଏହି ବିବାଦ ଖଣ୍ଡଯୁଦ୍ଧରେ ପରିଣତ ହୋଇଥିଲା ଯେଉଁଥିରେ ସମିମ, ରାଜକୁମାର ଅଗ୍ରହାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ରାଜକୁମାରଙ୍କର ମୃତ୍ୟୁ ହେବା କାରଣରୁ ଗୋରଖପୁରରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ସମିମକୁ ତୁରନ୍ତ ପୁଲିସ ଗିରଫ କରିଥିଲା। ତେବେ ଅଗଷ୍ଟ ୧୬, ୨୦୦୭ରେ କୋର୍ଟ ତାଙ୍କୁ ଜାମିନରେ ମୁକ୍ତ କରିଥିଲେ। ଏହା ପରେ ସେ ଫେରାର ହୋଇଯାଇଥିଲା । ଦୀର୍ଘ ଦିନ ଧରି ଚେନ୍ନାଇରେ ଲୁଚି ରହିବା ପରେ ସେ ପ୍ରାୟ ୬ମାସ ପୂର୍ବରୁ ଗୋରଖପୁରକୁ ଫେରିଥିଲା । ଏହା ଜାଣିବା ପରେ ପୁଲିସ ଗିରଫ କରିଥିଲା |