Onn 3

ପଶ୍ଚିମବଙ୍ଗରେ ଇସ୍ପାତ କାରଖାନା କରିବେ ସୌରଭ ଗାଙ୍ଗୁଲୀ

National & International

sour

କୋଲ୍‌କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି। ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ ଯାଇଥିବା ଗାଙ୍ଗୁଲୀ କହିଛନ୍ତି ଯେ, ୫/୬ ମାସ ଭିତରେ କାରଖାନା ନିର୍ମାଣ ଶେଷ ହେବ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଥିବାରୁ ନୁହେଁ ବାସ୍ତବ ଅଭିଜ୍ଞତାରୁ ମୁଁ ଏ କଥା କହୁଛି। କାରଖାନା ନିର୍ମାଣ ପାଇଁ ସମଗ୍ର ପ୍ରକ୍ରିୟା ଶେଷ ହେବାକୁ ମାତ୍ର ୪ରୁ ୫ ମାସ ଲାଗିବ।

ଆମେ ପଶ୍ଚିମବଙ୍ଗରେ ତୃତୀୟ ଇସ୍ପାତ କାରଖାନା କାରଖାନା ନିର୍ମାଣ ଆରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଅନେକେ ଭାବନ୍ତି ମୁଁ କେବଳ ଖେଳେ। କିନ୍ତୁ, ୨୦୦୭ରେ ଆମେ ଛୋଟ ଇସ୍ପାତ କାରଖାନାଟିଏ ଆରମ୍ଭ କରିଥିଲୁ। ୫/୬ ମାସ ଭିତରେ ଆମେ ମେଦିନୀପୁରରେ ନୂଆ ଇସ୍ପାତ କାରଖାନା ନିର୍ମାଣ କରିବୁ।

୫୦/୫୫ ବର୍ଷ ପୂର୍ବେ ତାଙ୍କ ଜେଜେ ଆରମ୍ଭ କରିଥିବା ପାରିବାରିକ ବ୍ୟବସାୟରେ ସେତେବେଳକାର ରାଜ୍ୟ ସରକାର ଖୁବ୍‌ ସ‌ହଯୋଗ କରିଥିଲେ ବୋଲି ସୌରଭ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟବସାୟ ପାଇଁ ଏ ରାଜ୍ୟ ସବୁବେଳେ ସମଗ୍ର ବିଶ୍ବକୁ ଆମନ୍ତ୍ରଣ କରିଛି। ସେହି କାରଣରୁ ମୁଖ୍ୟମନ୍ତ୍ରୀ ଆଜି ଏ ଦେଶକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ରାଜ୍ୟ ଓ ଯୁବବର୍ଗଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ସ୍ପଷ୍ଟ ଜଣାପଡୁଛି।