Fire .webp.webp

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ

National & International

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ କଟକଣା ଜାରି କରାଯିବ ବୋଲି କହିଛନ୍ତି ।

ତେବେ ଏଥର ଖାଲି ବାଣ ଫୁଟିବା ଉପରେ କଟକଣା ଲାଗିବନି । ବରଂ ବାଣ ତିଆରି କରିବା ଏପରିକି ବିକ୍ରି କରିବା ଉପରେ ମଧ୍ୟ କଟକଣା ଲାଗିବ । ପରିବେଶ ବିଭାଗ, ବନ ଏବଂ ବନ୍ୟଜନ୍ତୁ ବିଭାଗ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଚଳିତ ବର୍ଷ ମଧ୍ୟ ’ଯୁଦ୍ଧ ପ୍ରଦୂଷଣ ବିରୋଧରେ ଅଭିଯାନ’ ଚାଲୁ ରହିବ ।

ସେ କହିଛନ୍ତି,  ‘ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ବାଣ ତିଆରି-ବିକ୍ରି-ଫୁଟାଇବା ଉପରେ କଟକଣା ଲାଗୁ କରାଯାଇଛି । ଆମେ ଏଥିପାଇଁ ଏପରି ନିର୍ଦ୍ଦେଶ ଦେଇଛୁ ଯେ,   ପୋଲିସ ବିଭାଗ ପକ୍ଷରୁ ଏବେଠୁ  ବାଣି ତିଆରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଉଛି । ତେଣୁ ପୋଲସ ବିଭାଗ ଯେପରି ଲାଇସେନ୍ସ ପ୍ରଦାନ ନ କରିବ ସେଥିପାଇଁ ଏବେଠାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପଡୋଶୀ ରାଜ୍ୟକୁ ମଧ୍ୟ ବାଣ ତିଆରି ପାଇଁ ଅନୁମତ ନ ଦେବା ଲାଗି ନିବେଦନ କରିଛି ଆପ୍ ।

ସେ କହିଛନ୍ତି ଗତ ଜାନୁଆରୀରୁ ଅଗଷ୍ଟ ଭିତରେ ଦିଲ୍ଲୀରେ AQI  ଯଥେଷ୍ଟ କମ ଥିଲା । ଗତକାଲି AQI ୪୫ ରେକର୍ଡ କରାଯାଇଛି । ହେଲେ ଥଣ୍ଡା ବଢିବା କ୍ଷଣି ପ୍ରଦୂଷଣ ବି ବଢୁଛି । ଦିଲ୍ଲୀ ଏବଂ ବାହାର ପ୍ରଦୂଷଣ ଯୋଗୁ ଅକ୍ଟୋବର, ନଭେମ୍ବର ଦିଲ୍ଲୀର ପରିବେଷ ବିଷାକ୍ତ ହୋଇ ପଡୁଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।