Onn 3

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

National & International

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ। କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଲାଗିଛି ଭୋଟରଙ୍କ ଲାଇନ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରାୟ ୭୪ ହଜାର ପଦ ପାଇଁ ଭୋଟ୍‌ ଗ୍ରହଣ କରାଯାଇଛି । ମୈଦନରେ ଅଛନ୍ତି ୨ ଲକ୍ଷ ପ୍ରାର୍ଥୀ । ମତାଧିକାର ସାବ୍ୟସ୍ତ କରିବେ ୫ କୋଟି ୬୭ ଲକ୍ଷ ଭୋଟର । ସମସ୍ତ ବୁଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ କେନ୍ଦ୍ରୀୟ ବଳ ଓ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି । ଗ୍ରାମାଞ୍ଚଳ ବୁଥ୍‌ଗୁଡ଼ିକରେ ୬୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ସମେତ ମୁତୟନ ହୋଇଛନ୍ତି ୭୦ହଜାରରୁ ଅଧିକ ରାଜ୍ୟ ପୋଲିସ କର୍ମଚାରୀ । ଆସନ୍ତା ୧୧ ତାରିଖରେ ଫଳାଫଳ ବାହାରିବ । ବିଶେଷ କରି ତୃଣମୂଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ପଞ୍ଚାୟତ ନିର୍ବାଚନ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱ ରଖୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପଶ୍ଚିମବଙ୍ଗରେ ଟିଏମ୍‌ସି ଓ ବିଜେପି ପାଇଁ ଲିଟମସ୍‌ ଟେଷ୍ଟ ବୋଲି କୁହାଯାଉଛି । କେତେକ ସ୍ଥାନରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି । କୁଚ୍‌ ବିହାରର ଏକ ପୁଲିଂ ବୁଥ୍‌ରେ ବାଲାଟ ପେପର ଜାଳି ଦେଇଛନ୍ତି ଦୁର୍ବୃତ୍ତ ।