Onn 3

ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ

Crime State

ନୂଆପଡା: ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ l ଜମି ମରାମତି ବିଲ ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ ମାଡିବସିଲା କୋରାପୁଟ ଭିଜିଲାନ୍ସ ଟିମ୍ । ଜିଆରଏସଙ୍କ ସହ ତାଙ୍କ ସାଙ୍ଗରେ ଥିବା ପିଅନକୁ ବି ଅଟକ ରଖି ତଦନ୍ତ ଚଳାଇଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ସେହି ଗାଁର ହିତାଧିକାରୀଙ୍କ ଠାରୁ ମନରେଗା ଯୋଜନାରେ ଜମି ମରାମତି ବିଲ ପାଇଁ ଦଶ ହଜାର ଟଙ୍କା ଡିମାଣ୍ଡ କରୁଥିଲେ । ସେହି ଟଙ୍କା ପଞ୍ଚାୟତ ଅଫିସର ପିଅନ ହାତରେ ଦେବାକୁ ହିତାଧିକାରୀଙ୍କୁ କହିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଯୋଜନା ମୁତାବକ ଆଜି ହିତାଧିକାରୀ ଜଣଙ୍କ ଦଶ ହଜାର ଟଙ୍କା ପିଅନକୁ ଦେଇଥିଲେ l ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ମାଡ଼ି ବସି ଲାଞ୍ଚୁଆ ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଏବଂ ପିଅନ କମଳାକାନ୍ତ ବୈଠାରୁକୁ ଗିରଫ କରିଛି l

କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶ କ୍ରମେ କଳାହାଣ୍ଡି ଡିଏସପି ପ୍ରଦୀପ କୁମାର ଆଇଣ୍ଡ ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ  ଭିଜିଲାନ୍ସ ଟିମ ଜିଆରଏସଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ସେପଟେ ପ୍ରାଣବନ୍ଧୁ ଦଣ୍ଡସେନା ଓ କମଳାକାନ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଟିମ୍ ।