ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ।
ଆଜି ସକାଳେ ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜଗା ଦର୍ଶନ କରିବାକୁ ପୁରୀ ଅଭିମୁଖେ ଯାଉଥିଲେ। ହେଲେ ତଳନଗର ନିକଟରେ ଭାରସାମ୍ୟ ହରାଇ ତାଙ୍କ କାର୍ଟି ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାର୍ରେ ଡ୍ରାଇଭର ସମେତ ୫ ଜଣ ଥିଲେ। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାରଟିର ଆଗରେ ଓ ପଛରେ ଭାରତ ସରକାର ବୋଲି ଲେଖାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Post Views: 2