Onn 3

ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଠକେଇ, ଇଓଡବ୍ଲୁ ହାତରେ ଆଉ ଏକ ଅଭିଯୁକ୍ତ

Crime State

ଭୁବନେଶ୍ଵର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ସମବାୟ ବ୍ୟାଙ୍କରୁ ଋଣ ଠକେଇ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ । ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଅଭିଯୋଗରେ ଏମଡି. ସରଫରାଜ ଜେଭେଦକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଏହା ପୂର୍ବରୁ ଅନ୍ୟ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଇଓଡବ୍ଲ୍ୟୁ।

ସୂଚନା ଅନୁସାରେ, କଟକର ସହରାଞ୍ଜଳ ସମବାୟ ବ୍ୟାଙ୍କ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡା ଋଣ ପ୍ରଦାନ ବେଳେ ହୋଇଥିବା ଅନିୟମିତତାକୁ ନେଇ ଅଭିଯୋଗ କରିଥିଲେ । ଯାହର ତଦନ୍ତ କରୁଛି ଅର୍ଥନୈତିକ ଅପରାଧ ଶାଖା । ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ନୂଆପାଟଣା ଶାଖାର ପୂର୍ବତନ ଶାଖା ପରିଚାଳକ ଅବଦୁଲ୍ ପୂର୍ବତନ ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର, ସରଫରାଜ ଜେଭେଦଙ୍କ ସମେତ ତିନି ଜଣ ଋଣ ନେଇଥିବା ବ୍ୟକ୍ତିଙ୍କ ସହ ମିଶି ଋଣ କିଭଳି ଜାଲିଆତି କରି ହେବ ସେ ନେଇ ଯୋଜନା କରିଥିଲେ।

ଏହି ଷଡଯନ୍ତ୍ରରେ ନକଲି ଏଲଆଇସି ପଲିସି ବ୍ୟବହାର କରି ୨୫ଟି ଋଣ ମଞ୍ଜୁର କରାଯାଇଥିଲା। ଅଧିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଜାଲ ଏଲଆଇସି ପଲିସିକୁ ବ୍ୟବହାର କରି ଋଣ ପାଇଥିଲେ। ଯାହାକୁ ସାହାଯ୍ୟ କରିଥିଲେ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତ। ଷଡଯନ୍ତ୍ର କରି ନୂଆ ଋଣ ପ୍ରଦାନ କରିବା ସହ ବାରମ୍ବାର ନବୀକରଣ କରିଥିଲେ ଗିରଫ ଅଭିଯୁକ୍ତ।

ଏବେ ଗିରଫ ହୋଇଥିବା ସରଫରାଜ ଜାଭେଦ ଏଲଆଇସି ପଲିସି କରି ୧,୫୮,୬୫୦୦୦ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଆଉ ଏହି ପଲିସିକୁ ଦର୍ଶାଇ ୪ ଋଣ ନେଇଥିଲେ। ଆଉ ପଲିସିକୁ ସିକ୍ୟୁରିଟି ଭାବେ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ମାମଲାରେ ଅବଦୁଲ ହେଇ,ପ୍ରକାଶ କୁମାର ମହାପାତ୍ର, ମହମ୍ମଦ ମୁସ୍ତାକିମ ରାଜା, ଇଫତଖାର ଆସିଫ୍ ଖାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଇଓଡବ୍ଲ୍ୟୁ ।