Onn 3

ପୁରୀରେ ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ, ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

Crime State

ପୁରୀ: ପୁରୀ ମାର୍କଣ୍ଡେଶ୍ୱର ସାହି ସ୍ଥିତ ରେବେସା ମଠର ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ମଠର ଜଣେ ବାବାଜୀ ଏହି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଆହତ ପୂଜକ ହେଉଛନ୍ତି ଲକ୍ଷ୍ମୀଧର ଦାସ।ସେ ୩୦ ବର୍ଷ ହେବ ପରିବାର ସହ ମଠରେ ରହୁଛନ୍ତି। ଠାକୁର ପୂଜା କରି ରୋଜଗାର କରୁଥିବା ଅର୍ଥରେ ପରିବାର ଚଳାନ୍ତି। ୨ ବର୍ଷ ତଳେ ମଠକୁ ଜଣେ ବାବାଜୀ ଆସି ତାଙ୍କୁ ମଠ ଛାଡ଼ି ଚାଲି ଯିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଆକ୍ରମଣ କରିଛନ୍ତି। ପୂଜକ ଲକ୍ଷ୍ମୀଧରଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।