ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇଥିବା ଜଣାପଡିଛି ।ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରୁ ରାଞ୍ଚି ଯାଉଥିବା ରାସ୍ତାରେ ପରିବହନ ଅଧିକାରୀଙ୍କ ପରିଚୟ ଦେଇ ଯାନବାହାନ ଚେକିଂ କରି ଅର୍ଥ ଆଦାୟ କରୁଥିବା ୩ ଜଣଙ୍କୁ ଗିରଫ କରିଛି ଝାଡ଼ଖଣ୍ଡର ଠେଠେଇଟାଙ୍ଗର ଥାନା ପୋଲିସ। ଅଭିଯୁକ୍ତ ମାନେ ସୁନ୍ଦରଗଡର ଜୟପ୍ରକାଶ ଗୁପ୍ତା, ଅନୁଗୋଳର ପ୍ରବୀଣ ପ୍ରଧାନ ଓ ଟୁଟୁ ଦେହୁରୀ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।