Onn 3

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

State

କେନ୍ଦ୍ରାପଡ଼ା: ଆଜିଠୁ ଖୋଲିବ ଭିତରକନିକା । ଦୀର୍ଘ ୩ମାସ ଧରି ବନ୍ଦ ରହିବା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ତେବେ ଆଜିଠାରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ ।

ସୂଚନା ଅନୁଯାୟୀ, ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧିଥାନ୍ତି। ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା।

ତେବେ ଆଜିଠୁ ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି ତିନୋଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ବନବିଭାଗ ପକ୍ଷରୁ ୧୪ଟି ସରକାରୀ ଓ ୬୪ଟି ଘରୋଇ ବୋଟ ପ୍ରସ୍ତୁତ ରଖାଯାଇଛି। ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୬ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ l ପ୍ରବେଶ ଦ୍ୱାର ପାଖରୁ ବୋଟ ଯାଏ ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ l