Onn 3

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ୨୦୨୪ ଉପଲକ୍ଷେ “ମୁଁ ବି ମିତା” ଅଭିଯାନ ର ଶୁଭାରମ୍ଭ

State

ବାରିପଦା : ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା 17 ବର୍ଷ ବୟସରୁ ଊର୍ଦ୍ଧ୍ଵ ଛାତ୍ରୀମାନଙ୍କୁ ନେଇ “ ମୁଁ ବି ମିତା ” ଅଭିଯାନର ଶୁଭାରମ୍ଭ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ଅlନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ |

ପ୍ରାରମ୍ଭ ରେ ପ୍ରତିନିଧି ଜିଲ୍ଲାପାଳ (ନିର୍ବାଚନ )ଶ୍ରୀ ଦୁର୍ଗା ଚରଣ ମୁର୍ମୁ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ “ମୁଁ ବି ମିତା’ ର ପରିକଳ୍ପନା ଏବଂ ଏହାର ଆଭିମୁଖ୍ୟ ବିଷୟରେ ପ୍ରତିପାଦନ କରିଥିଲେ | ଅନ୍ୟତମ ଅତିଥି ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ଭୋଟର ତାଲିକା ର ସଂଶୋଧନ, ନାମ ପଞ୍ଜିକରଣ ଅନ୍ୟାନ୍ୟ ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ଭରଦ୍ୱାଜ କହିଥିଲେ ଯେ ଗଣତନ୍ତ୍ର କୁ ସୁରକ୍ଷିତ ତଥା ସୁଦୃଢ କରିବାରେ ଭୋଟଦାତା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏକ ବିକାଶ ଶୀଳ ରାଷ୍ଟ୍ର ପାଇଁ ପ୍ରତ୍ୟେକ ଟି ଭୋଟ ମୂଲ୍ୟବାନ | ତେଣୁ ନାଗରିକ ଭାବେ ନିଜ ନିଜର ମତଦାନ ଅଧିକାର କୁ ନିଶ୍ଚିତ ସାବ୍ୟସ୍ତ କରିବା ଉଚିତ |ଯୁବ ପିଢ଼ି ଭୋଟର ମାନେ ଦାୟିତ୍ୱ ର ସହିତ ଏହାକୁ ସୁଦୂରପ୍ରସାରି କରିବା ଉଚିତ |

ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଛାତ୍ର ଛାତ୍ରୀଙ୍କୁ ଆଜିର ଏହି ଅଭିଯାନ ଶୁଭ ଅବସରରେ ଭୋଟର ତାଲିକା ରେ ନିଜର ନିଜ ନାମ ପଞ୍ଜିକରଣ ପାଇଁ ପ୍ରତିଶୃତି ବଦ୍ଧ ହେବାକୁ ଉତ୍ସାହିତ କରିବା ସହିତ ଅନ୍ୟାନ୍ୟ ସାଙ୍ଗ ସାଥି, ନିଜର ପରିବାରବର୍ଗ ଏବଂ ପୋଡ଼ଶୀ ମାନଙ୍କୁ ପଞ୍ଜିକରଣ ରେ ସାମିଲ କରାଇବା ପାଇଁ ଉଦ୍ୟମ କରିବେ ବୋଲି ଆଶା ପୋଷଣ କରିଥିଲେ |

ଆସନ୍ତା 2024 ମସିହା ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ଉପଲକ୍ଷେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ଅଧିକରୁ ଅଧିକ ନୂତନ ଯୁବ ଭୋଟଦାତା ବିଶେଷ କରି ନୂତନ ଯୁବତୀ ଙ୍କ ନାମ ପଞ୍ଜୀକରଣ ନିମନ୍ତେ ଜିଲ୍ଲାସ୍ତରରେ ମହିଳା ଆମ୍ବାସଡର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଘରେ ବସି କିଭଳି ମୋବାଇଲ ଫୋନ ଜରିଆରେ ନିଜେ ଅନଲାଇନରେ ଭୋଟର ତାଲିକା ରେ ନିଜ ନାମ ପଞ୍ଜିକରଣ ସହିତ ନୂତନ ଭୋଟର ପରିଚୟ ପତ୍ର ପ୍ରାପ୍ତ କରିପାରିବେ , ସେ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । ସ୍ଵେଚ୍ଛାସେବୀମାନେ କିଭଳି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ସଚେତନତା ସୃଷ୍ଟି କରିପାରିବେ ତା’ ଉପରେ ଗୁରୁତ୍ଵାରୋପ ଦିଆଯାଇଥିଲା । ନୂତନ ଭୋଟର ନିଜର ନାମ ପଞ୍ଜିକରଣ,ଅନ୍ୟ ସ୍ଥାନର ଭୋଟର ତାଲିକା ରେ ଥିବା ନିଜ ନା କୁ ବାଦ ଦେବା ସହ ନୂତନ ସ୍ଥାନ ର ଭୋଟର ତାଲିକା ରେ ନିଜ ନାମ କୁ ସଂଯୋଗ କରିବା ,ଭୋଟର ପରିଚୟ ପତ୍ର ରେ ଥିବା ଅନ୍ୟାନ୍ୟ ଭୁଲ ତୃଟିର ସଂଶୋଧନ,ଆଧାର ସହିତ ଭୋଟର ଆଇ ଡି କୁ ସଂଯୋଗ କରିବା ପାଇଁ www |nvsp |in କିମ୍ବା voter helpline app କୁ ବ୍ୟବହାର କରି କିପରି ଅନଲାଇନ ଜରିଆରେ କରିପାରିବେ ସେ ସମ୍ଭନ୍ଧ ରେ ଅବଗତ କରାଯାଇଥିଲା | ଏହି ଅବସରରେ ରେ ଅତିଥି ବୃନ୍ଦ ଛାତ୍ରୀ ମାନଙ୍କୁ ମୁଁ ବି ମିତା ର ଟୋପି ପ୍ରଦାନ କରି ସଚେତନତା ସୃଷ୍ଟି ପାଇଁ ଉତ୍ସାହିତ କରିଥିଲେ |

ଉକ୍ତ କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରୀ, ଅଧ୍ୟାପକ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର କର୍ମଚାରୀ, ବାରିପଦା ପୌର ପାଳିକା ର ଉକ୍ତ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀ, ବିଭିନ୍ନ ବୁଥ ସ୍ତରୀୟ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି
ପ୍ରମୁଖ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।