Onn 3

୪ ଗୁରୁତର, ବାଲେଶ୍ବର ମେଡିକାଲରେ ଭର୍ତ୍ତି

Crime State

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏନଏଚ୍ ୧୬ ରୁପସା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଏକ ଆମ୍ବୁଲାନ୍ସ ପିକଅପ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଛି  । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆଜି ସକାଳେ ଆମ୍ବୁଲାନ୍ସଟି ଭୋଗରାଈ ବ୍ଳକ ରାଣୀବସନ୍ତପୁରରୁ ରୋଗୀ ନେଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଯାଉଥିଲା  ।

ଏହି ସମୟରେ ରୁପସା ଛକ ନିକଟରେ ଆମ୍ବୁଲାନ୍ସଟି ପିକଅପ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ୪ ଜଣ ଆହତ ହୋଇଛନ୍ତି । ମାତ୍ର ପିକଅପ ଭ୍ୟାନ୍ ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି  । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି   । ସେପଟେ ପୋଲିସ ଗାଡିଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।