ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଜି-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସୁଥିବା ସୂଚନା। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏନେଇ ହ୍ୱାଇଟ୍ ହାଉସ୍ ଆଜି ସୂଚନା ଦିଆଯାଇଛି।
ହ୍ୱାଇଟ ହାଉସର ବିବୃତ୍ତିରେ କୁହାଯାଇଛି ଯେ, “ଗୁରୁବାର (ସେପ୍ଟେମ୍ବର 7) ରେ ରାଷ୍ଟ୍ରପତି ଜି-20 ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଶୁକ୍ରବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ।” ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ଏବଂ ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା ବୃଦ୍ଧି କରିଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି।
ପରଦିନ ଜି-20 ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ଜି-20ର ଆୟୋଜନ ପାଇଁ ବାଇଡେନ ମୋଦିଙ୍କୁ ପ୍ରଶଂସା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି।