Onn 3

ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି: ଗୌତମ ରାୟ

Politics State

ଭୁବନେଶ୍ୱର: ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ। ତେଣୁ ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କୁ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଗତକାଲି ସୁକିନ୍ଦାର ଏକ ମହିଳା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାରବାଦ ଉପରେ କିଛି କଥା କହିଥିଲେ। ସଭାରେ ଥିବା ମାଆ ଭଉଣୀମାନଙ୍କ ଭିତରୁ ହିଁ ଏକ ସ୍ୱର ଶୁଭିଥିଲା ଯେ ସୁକିନ୍ଦାରେ ବାପ ପୁଅଙ୍କ ରାଜନୀତି ସହିତ ଦୁର୍ନୀତି ବହୁତ ବଢିଯାଇଛି। ଯାହାକୁ କେନ୍ଦ୍ରମନ୍ତ୍ରୀ ଭ୍ରଷ୍ଟାଚାର ଓ ପରିବାରବାଦ ଉପରେ ଟିପ୍ପଣୀ କରିଥିଲେ।

ଶ୍ରୀ ରାୟ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୀତିରଞ୍ଜନ ଘଡେଇଙ୍କ ପରି ଉତ୍ତରାଧିକାରୀ ସୂତ୍ରରେ ନୁହେଁ ଛାତ୍ର ଜୀବନରୁ ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟସଭାକୁ ନିର୍ବାଚିତ ହେବା, ଏ କେବେ ସଟକର୍ଟ ନଥାଏ । ଆମର ଓଡ଼ିଶାର ଗର୍ବ ଏବଂ ଆମେ ଓଡ଼ିଆବାସୀ ହିସାବରେ ଗର୍ବିତ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏହାକୁ ଯଦି ବିଜେଡ଼ି କହିବ ସଟକର୍ଟ ତା’ହେଲେ, ରାଜନୀତି ଅପରିପକ୍ୱତାର ନିଦର୍ଶନ। ଆମ ନେତା ହାରିଥିବା କଥା ବିଜୁ ଜନତା ଦଳର ମନ୍ତ୍ରୀମାନେ କହୁଛନ୍ତି।

ଗୋଟିଏ ଘଟଣା ମନେ ପକାଇଦେବାକୁ ଚାହେଁ, ବିଜୁ ବାବୁଙ୍କୁ ବୋଧେ ସେ ଠିକ୍ ଭାବରେ ଜାଣିନଥିବେ, ମୁଁ ଯେତିକି ବିଜୁ ବାବୁଙ୍କୁ ଜାଣିଛି । ସେ ଗୋଟେ ସମୟରେ ଏକାସାଙ୍ଗରେ ୫ଟା ଆସନରୁ ନିର୍ବାଚନ ଲଢି ହାରିଥିଲେ। ଗୋଟିଏ ସିଟ୍‌ରେ ମଧ୍ୟ ଜିତିପାରିନଥିଲେ। ବିଜୁ ବାବୁ ନିର୍ବାଚନରେ ହାରି ମଧ୍ୟ କେବେ ଛୋଟ ହୋଇ ନଥିଲେ। ନିର୍ବାଚନ ହାରିଲେ ଛୋଟ ହୋଇଯାଆନ୍ତି, ଏହା ଆପଣଙ୍କ ଅହଙ୍କାର ସଦୃଶ। ଏହି ଅହଙ୍କାର ବେଶୀ ଦିନ ରହିବ ନାହିଁ ବୋଲି ଶ୍ରୀ ରାୟ କହିଛନ୍ତି ।

ଆମ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବାବଦରେ ବୋଧେ ଆପଣ ଠିକରେ ଅବଗତ ନାହାନ୍ତି । ସେ ଓଡ଼ିଶାରୁ ଥରେ ବିଧାୟକ, ଥରେ ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି । ଏବେ ମଧ୍ୟ ରାଜ୍ୟସଭାର ସଦସ୍ୟ ଅଛନ୍ତି । କେନ୍ଦ୍ରରେ ପ୍ରାୟ ନଅ ବର୍ଷରୁ ଉର୍ଦ୍ଧ୍ୱ ପେଟ୍ରୋଲିୟମ ଏବଂ ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆମ ନେତାଙ୍କୁ କିଛି କହିବା ପୂର୍ବରୁ ନିଜେ ଥରେ ଭାବିବା ଦରକାର, ନିଜେ କ’ଣ କହୁଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି ।
ସୁକିନ୍ଦାର ନେତା ଏ ବିବୃତି ଦେଇଛନ୍ତି, ନିଜ ପରିବାରର ବାପା ଦୀର୍ଘ ଦିନ ଧରି ମନ୍ତ୍ରୀ ଥିଲେ। ଏବେ ସେ ମଧ୍ୟ ମନ୍ତ୍ରୀ ଅଛନ୍ତି। ନଗଡା କାହା ଅଂଚଳରେ ? ମୁଁ ସେ ଜିଲ୍ଲାର ଲୋକ, ନଗଡା କାହା ଅଂଚଳରେ ମୁଁ ଜାଣିଛି ? ସେ ଅଂଚଳରେ ଆଜିର ଅବସ୍ଥା କ’ଣ ? ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି, ଆଜି ବି ପିଲାମାନେ ଅପପୃଷ୍ଟିର ଶୀକାର ହେବା ସହ ଜନସାଧାରଣମାନେ ସୁବିଧା ସୁଯୋଗରୁ ବଂଚିତ ଅଛନ୍ତି । ସୁନାର ସୁକିନ୍ଦାରେ ନଗଡା କାହିଁକି ବୋଲି ଶ୍ରୀ ରାୟ କହିଛନ୍ତି ।

କିଛି ଦିନ ତଳେ ଆଉ ଏକ ପ୍ରବକ୍ତା କହିଥିଲେ, କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଦେଶର କେଉଁ ରାଜ୍ୟକୁ ଅଣଦେଖା କରନ୍ତି ନାହିଁ, ଓଡ଼ିଶାକୁ ଅଣଦେଖା କରୁଛନ୍ତି ବୋଲି କେମିତି ଭାବୁଛି ବିଜେଡି ? ଯଦି ଅଣଦେଖା କରୁଛନ୍ତି ବୋଲି କହୁଛ, ତା’ ହେଲେ ସବୁ ସମୟରେ ଦିଲ୍ଲୀରେ ସମର୍ଥନ ଦେବା ପାଇଁ ଆଗଭର କେମିତି ହେଉଛ? ଏହାର ଉତର ବିଜୁ ଜନତା ଦଳ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ରାୟ କହିଛନ୍ତି।