Nik

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ନିୟୋଜିତ

State

ଭୁବନେଶ୍ୱର: ନିର୍ବାଚନ ପରିଚାଳନାରେ ରହିଥିବା କର୍ମଚାରୀ ଓ ମତଦାତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହା ମଇ ୧୨ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ନିୟୋଜିତ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ । ଆବଶ୍ୟକତା ଅନୁଯାୟୀ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏହା ଯୋଗେ ଏୟାର ଲିଫ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀ ଧଳ ।

ସୂଚନା ଅନୁସାରେ, ଆସନ୍ତା ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଯେପରି ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ ପାଇଁ ହେବ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା ହୋଇଥିବାରୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୯ଟି ଜିଲ୍ଲାରେ ୬୨୮୨ଟି ସ୍ଥାନରେ ୭୨୯୮ଟି ପୋଲିଂ ବୁଥ୍ ରହିଛି । ଯେଉଁଥିରେ କି ୫୩୭ଟି ସ୍ଥାନ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏଥିପାଇଁ ୧୭ ହଜାର ପୋଲିସ ଫୋର୍ସ ମୁତୟନ କରାଯିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୨୧୦ ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ୧୯୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଭୋଟ ସରିବା ପରେ ୧୫ ଟି ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ ସୁରକ୍ଷିତ ଭାବେ ରଖାଯିବ ।