ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ । ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ । ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ଯାଳୟକୁ ଧସେଇ ପସିବାକୁ ଉଦ୍ଯମ କରିବା ସହ ରାସ୍ତା ଅବରୋଧ କରିଛନ୍ତି।
ଏହା ଜାଣିବା ପରେ ଅଧ୍ୟକ୍ଷ ଉପନିର୍ବାଚନ ବାତିଲ ହେବା ଜାଣିବା ପରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ । ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି ।
ଏଠି କହିରଖିବୁ, ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଏଠାରେ ଦଳ ଦୁଇ ଭାଗ ହୋଇଯାଇଥିବା କୁହାଯାଉଛି । ଏଠାରେ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଦୁଇଟି ଗୋଷ୍ଠୀ ଗଢିଥିବା କୁହାଯାଉଛି ।