Onn 3

LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

National & International

ନୂଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ମିଳିବ ଏହି ରିହାତି । ଏହି  ଘୋଷଣା ପରେ ହିତାଧିକାରୀଙ୍କୁ ମିଳିଛି ଆଶ୍ୱସ୍ତି । ମହଙ୍ଗାମାଡରେ ଛଟପଟ ହେଉଥିବାବେଳେ ଏହି ୨୦୦ ଟଙ୍କାର ସବସିଡି ଆଶ୍ୱସ୍ତି ଦେଇଛି ।

ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ଖାଉଟି ଏଲପିଜି ସିଲିଣ୍ଡର ଉପରେ ସବସିଡି ଘୋଷଣା କରିଛନ୍ତି । ଏଠି କହିରଖିବୁ, ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ ପକ୍ଷରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା ।

ସୂଚନାଥାଉ କି, କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର (୧୪.୨ କି.ଗ୍ରା) ଉପରେ ୨୦୦ ଟଙ୍କା ଛାଡ କରିଛନ୍ତି । ତେବେ ଏହି ସୁବିଧା କେବଳ ଉଜ୍ଜ୍ୱଳା ହିତାଧିକାରୀମାନେ ହିଁ ପାଇପାରିବେ । ଏଥିପାଇଁ  କେନ୍ଦ୍ର ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୬,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।