Onn 3

ଗ୍ୟାସ ଟାଙ୍କି ଫାଟି ଯୁବତୀଙ୍କ ମୃତ୍ୟୁ

Crime State

ଖୋର୍ଦ୍ଧା : ଖୋର୍ଦ୍ଧା ରାମଚଣ୍ଡୀ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି । ସଦର ଥାନା ଅଧିନ ରାମଚଣ୍ଡୀ ଗ୍ରାମର କାଳୁ ଚରଣ ବଳିଆରସିଂଙ୍କ ଝିଅ ସଂଘମିତ୍ରା ବଳିଆରସିଂ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଅଚାନକ ଗ୍ୟାସ ଟାଙ୍କି ଫାଟି ଥିଲା ।

ଫଳରେ ଯୁବତୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।