Sa

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

State

ବାରିପଦା: ଆଜି ବାରିପଦା ଭିଜିଲାନସ ବିଭାଗର ଏକ ଟିମ ବାରିପଦା ଟାଉନ ଥାନା ର ଜଣେ ପୋଲିସ ଆସିଷ୍ଟାଣ୍ଟ ସବ ଇନିସ୍ପେକଟର କୁ ଏକ କେସ କୁ ରଫା ଦଫା କରିବା ପାଇଁ ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଗିରଫ କରିଅଛି l ପୋଲିସ ଅଧିକାରୀ ଶ୍ରୀ ସୋରେନ ତାଙ୍କ ବାରିପଦା ସ୍ଥିତ ମଧୁବନ ଠାରେ ଥିବା ଭଡା ଘରେ ଏହି ଲାଞ୍ଚ ଟଙ୍କା ନେଉଥିଲେ l ଏହି ସମୟରେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ିବସିଥିଲା l ଏଥି ସହିତ ବାରିପଦା ଟାଉନ ଥାନା ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଅଛି l ଶ୍ରୀ ସୋରେନ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି l