Onn 3

ଆସନ୍ତା ଅକ୍ଟୋବର ୧୫ରେ OCS ପ୍ରିଲିମ୍

State

ଭୁବନେଶ୍ୱର:  ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୨ ତାରିଖ ଘୋଷଣା  । ଅକ୍ଟୋବର ୧୫ ତାରିଖ ରବିବାର ଦିନ ହେବ ପ୍ରିଲିମ୍‌ ପରୀକ୍ଷା  । ପରୀକ୍ଷା ନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ   । ପରୀକ୍ଷାର ବିସ୍ତୃତ ବିବରଣୀ ଓପିଏସସି ପରେ ଘୋଷଣା କରିବ ।

ଓପିଏସସି ପକ୍ଷରୁ କୁହାଯାଇଛି,  ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ୱେବସାଇଟ୍ ଜରିଆରେ ଜଣାଇ ଦିଆଯିବ । ଏଥିସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟ ଆଗାମୀ ଦିନରେ ଜଣାପଡିବ  ।