ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା’ର ଅନୁସନ୍ଧାନ କରିଛି ଏହି ପେଲୋଡ୍।
ଇସ୍ରୋ କହିଛି ଯେ, ChaSTE ପେଲୋଡ୍ ମାଧ୍ୟମରେ ଏହି ଅନୁସନ୍ଧାନ କରାଯାଇଛି। ଏଥିରେ 10 ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି।
ଗତକାଲି ଇସ୍ରୋ କହିଥିଲା ଯେ, ଚନ୍ଦ୍ରଯାନ-3 ମିଶନର ତିନୋଟି ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ପୂରଣ ହୋଇସାଛି। ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକ ପରୀକ୍ଷଣ ଜାରିରହିଛି। ଆହୁରି ମଧ୍ୟ, ଚନ୍ଦ୍ରଯାନ-3 ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି। ଆଗକୁ ଚନ୍ଦ୍ରପୃଷ୍ଠ ଭାବଦରେ ନୂଆ ସୂଚନା ଆସିବ।