ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ଏସଆଇ କାଜଲଙ୍କ ବାପା ମାନଗୋବିନ୍ଦ ବାଗ ସୂଚନା ଦେଇଛନ୍ତି ।
ପୋଲିସ ଏସଆଇ କାଜଲ ବାଗ ତିନି ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା କୁହାଯାଇଥିଲା ।
କାଜଲ ବାଗ ବିଷପିଇବା ପୂର୍ବରୁ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।