ନୂଆଦିଲ୍ଲୀ: ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍ୱେ’ରେ ମଙ୍ଗଳବାର ଦିନ ଘଣ୍ଟାପ୍ରତି ୨୦୦ କିଲୋମିଟର୍ ବେଗରେ ଗତି କରୁଥିବା ‘କୁବେର୍ ଗ୍ରୁପ୍’ର ନିର୍ଦେଶକ ବିକାଶ ମାଲୁଙ୍କ ‘ରୋଲ୍ସ୍-ରଏସ୍ ଫ୍ୟାଣ୍ଟମ୍’ କାର୍ ନୁହ୍ ଅଞ୍ଚଳରେ ଏକ ପେଟ୍ରୋଲ୍ ଟ୍ୟାଙ୍କର୍କୁ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହେବା ସହିତ ୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
‘ଏକ୍ସପ୍ରେସ୍ୱେ’ରେ ଧୀରେ ଗାଡ଼ି ଚଳାଇବା ‘ଅଧିକ ବିପଜ୍ଜନକ’ ବୋଲି ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍ୱେ’ରେ ‘ରୋଲ୍ସ୍-ରଏସ୍’ କାର୍ ଦୁର୍ଘଟଣାରେ ଆହତ ହୋଇଥିବା ‘କୁବେର୍ ଗ୍ରୁପ୍’ର ମାଲିକ ବିକାଶ ମାଲୁଙ୍କ ଓକିଲ କେ. ଆର୍. ଠାକୁର ଯୁକ୍ତି ବାଢ଼ିଛନ୍ତି। ବିକାଶ ମାଲୁଙ୍କ ଓକିଲ ଆର୍. କେ. ଠାକୁର କହିଛନ୍ତି, ମାଲୁ ଗାଡ଼ି ଚଳାଇବା ଅବସ୍ଥାରେ ନ ଥିଲେ। ବିକାଶ ମାଲୁଙ୍କୁ ସ୍ବାସ୍ଥ୍ୟାବସ୍ଥା ଏମିତି ଯେ, ସେ ଠିକ୍ ଭାବରେ ଚାଲି ପାରୁ ନାହାନ୍ତି। ଗାଡ଼ି ଚଳାଇବେ କେମିତି। ତେଣୁ, ତାଙ୍କ ଗାଡ଼ି ଚଳାଇବା ପାଇଁ ୭/୮ଜଣ ଡ୍ରାଇଭର୍ ଅଛନ୍ତି। ତସ୍ବିର୍ ନାମରେ ଜଣେ ଡ୍ରାଇଭର୍ ସେ କାର୍ ଚଳାଉଥିଲେ। କିନ୍ତୁ, ଗାଡ଼ି ଧୀରେ କି ଦ୍ରୁତ ଗତିରେ ଚଳାଇବା ଲାଗି ସେ ଡ୍ରାଇଭର୍ଙ୍କୁ କହି ନ ଥିଲେ।