Onn 3

ରାତିରେ ଶୋଇଥିବା ବେଳେ କାମୁଡି ଦେଲା ବିଷାକ୍ତ କୀଟ, ବାପା ଓ ଝିଅଙ୍କ ମୃତ୍ୟୁ

State

ଭଞ୍ଜନଗର: ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ । ଗଞ୍ଜାମ  ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଶିବରାମ ନାୟକ ଏବଂ ତାଙ୍କର ୫ ବର୍ଷର ଝିଅ । ଶିବରାମ ଶଶୁର ଘର କାଞ୍ଜିଆପଲ୍ଲୀ ଗାଁକୁ ଆସିଥିଲେ । ରାତିରେ ଶୋଇଥିବା ବେଳେ ଭୋର ସମୟରେ କୌଣସି କୀଟ , ଉଭୟ ବାପା ଓ ଝିଅକୁ କାମୁଡିଥିଲା ।

ଉଭୟଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ପ୍ରଥମେ ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅ ର ଶବ ଶତ୍କାର କରି ଫେରିବା ପରେ , ଚିକିତ୍ସାଧୀନ ଅବସ୍ଥାରେ ବାପା ଶିବରାମ ଙ୍କ ମୃତ୍ୟୁ ହୋଇଥିଲା ।