Onn 3

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଗାଡି ଉପରକୁ ପାଣିବୋତଲ ଓ ଅଣ୍ଡା ମାଡ

Politics State

thuy

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଧାବାଟରେ ଅଟକାଇଲେ ।  ଅଣ୍ଡା,  ପାଣିବୋତଲ ମାଡ କଲେ  । ଏମିତି ଭାବେ ଆଜି ପ୍ରଦୀପ ସମର୍ଥକ ଓ  ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ବିଷୟରେ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ମେଲ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଆଜିଠାରୁ ୫ ଦିିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ଏହାକୁ ନେଇ ଜିଲ୍ଲାରେ ବିରାେଧର ନିଆଁ ଜଳୁଛି । ଜଣେ ସ୍ଥାନୀୟ ଲୋକ ପ୍ରତିନିଧି ଭାବେ ସଭାସ୍ଥଳକୁ ଯିବେ ବୋଲି ପ୍ରଦୀପ ପାଣିଗ୍ରାହୀ ଗତକାଲି ଖାେଲାଖୋଲି କହିଥିଲେ । ଏପରିକି ତାଙ୍କ ଉପରକୁ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ପୂର୍ବରୁ କହିଥିଲେ । ଯଦି ଆକ୍ରମଣ ହୁଏ ଏଥିପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବା ପୋଲିସ ଡିଜି ଦାୟୀ ବୋଲି କହିଥିଲେ ।

ଶେଷରେ ତାଙ୍କ  ଅନୁମାନ ସତ ହୋଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ  ଲାଞ୍ଜିପାଲିଠାରେ ଅଟକାଇଛନ୍ତି ବିଜେଡି କର୍ମୀ ।  ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି । ଜାତୀୟ ରାଜପଥରେ ତାଙ୍କୁ ଘେରିଛନ୍ତି ବିଜେଡି କର୍ମୀ ।  ଗୋପାଳପୁର ବିଧାୟକ ଭାବେ ସେ  ୫ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ ।

ବିଜେଡି କର୍ମୀମାନେ ତାଙ୍କ କାରକୁ ଅଟକାଇବା ସହ ତାଙ୍କ କାର୍ ଆଗକୁ ଦୌଡ଼ି ଆସିଥିଲେ । କିଛି କର୍ମୀ  ତାଙ୍କ କାର ଉପରେ ମଧ୍ୟ ଚଢ଼ି ଯାଇଥିଲେ । ଫଳରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା । ବିଜେଡି କର୍ମୀମାନେ ଅଣ୍ଡାମାଡ଼ ସହ ପାଣି ବୋତଲ ମଧ୍ୟ ଗାଡ଼ି ଉପରକୁ ଫିଙ୍ଗୁଥିବା ଦେଖିବାକୁ ମିଳିଛି ।

ଏହି ଘଟଣାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପକ୍ଷେ ଦଳୀୟ କାର୍ଯ୍ୟକ୍ରମକୁ ଯିବାକୁ ନେଇ ବିରୋଧ କରାଯାଉନି ବରଂ  ପ୍ରଦୀପ ପାଣିଗ୍ରାହୀ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି, ସେଥିପାଇଁ ବିଧାୟକଙ୍କୁ ବିରୋଧ କରିଛୁ ବୋଲି କହିଛନ୍ତି ଅପରଗୋଷ୍ଠୀ ।


Post Views: 6