Onn 3

ଡିଆଇଜି ବ୍ରିଜେଶଙ୍କ ବଦଳି ହୋଇଛି ବୋଲି ଡିଜିପି ଅବଗତ ନାହାନ୍ତି: ଲେଖାଶ୍ରୀ

State

 

lekh

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ କଟକ ମୁଖ୍ୟାଳୟକୁ ବଦଳି ହୋଇଥିବା ଡିଜିପି ବ୍ରିଜେଶ ରାଏଙ୍କ ବଦଳି ବାବଦରେ ସଂପୂର୍ଣ୍ଣ ଅବଗତ ନଥିଲେ ଡିଜିପି। ମଙ୍ଗଳବାର ରାଜ୍ୟ ବିଜେପି ଉପ ସଭାନେତ୍ରୀ ଡିଜିପିଙ୍କୁ ଭେଟିବା ପରେ ଜାରି କରିଥିବା ପ୍ରେସ ରିଲିଜ ଜରିଆରେ ଏପରି କିଛି କହିଛନ୍ତି । ରାଜ୍ୟ ବିଜେପି ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲିସ ଡିଜିପିଙ୍କୁ ଭେଟିଥିଲେ। ଏହା ପରେ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂପୃକ୍ତ ପୋଲିସ ଡିଆଇଜି ଶ୍ରୀ ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି ବୋଲି ବିଜେପି ପ୍ରତିନିଧି ଦଳ କହିଥିଲା। ଏହି ଖବର ପ୍ରତିନିଧି ଦଳଠାରୁ ଜାଣିବା ପରେ ଡିଜିପି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଡିଆଇଜିଙ୍କ ବଦଳି ସଂପର୍କରେ କେବଳ ଆଲୋଚନା ହୋଇଛି ଏବଂ ବଦଳି ହୋଇଯାଇଥିବା ନିଷ୍ପତି ପ୍ରସଙ୍ଗରେ ଡିଜିପି ଜାଣିନଥିବା କହିଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡିଆଇଜିଙ୍କ ବଦଳି ସଂପର୍କରେ ଡିଜି ଅବଗତ ନଥିବାରୁ “ସରକାର କିଏ ଚଲାଉଛି” ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଘଟଣା ଘଟିବାର ୧୭ ଦିନ ପରେ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଡିଆଇଜିଙ୍କୁ ବଦଳି କରିଦେଇଛନ୍ତି ସତ, କିନ୍ତୁ ଏହା ପ୍ରକୃତ ଦଣ୍ଡ ନୁହେଁ । ଡିଆଇଜି ଦଂପତିଙ୍କ ବିରୁଦ୍ଧରେ ଆଇନଗତ ଏବଂ ଅପରାଧିକ ମାମଲା ଅନୁଯାୟୀ ଦଣ୍ଡବିଧାନ କରାଯାଉ । ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସାହୁ ୨୨ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ନିଜ ୨ ଅବିବାହିତ ଝିଅଙ୍କ ସହ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି । ତେଣୁ ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ଶ୍ରୀମତୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ ସରକାରୀ ଚାକିରୀ ଦିଆଯାଉ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଅନ୍ୟ ପଟେ ହୋମ୍ ଗାର୍ଡ ଭାଇଭଉଣୀମାନଙ୍କୁ ଅନଧିକୃତ କାର୍ଯ୍ୟରୁ ବାଦ୍ ରଖାଯିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

ଗୁରୁତର ଅବସ୍ଥାରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳା ହୋମଗାର୍ଡଙ୍କୁ ଭେଟିବାକୁ ଯାଇଥିଲେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିହାର। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କଟକ ଗସ୍ତ କରିଥିଲେ । କିନ୍ତୁ ପୋଲିସ ଛାଉଣୀରେ ଘେରି ହୋଇ ରହିଥିବାରୁ ଅଶ୍ୱିନୀ ହସ୍‌ପିଟାଲର କର୍ତୃପକ୍ଷ ଭିତରକୁ ଯିବା ପାଇଁ ବାରଣ କରିଥିଲେ । ଏପରିକି ପୋଲିସ ଓ ପ୍ରଶାସନର ଚାପରେ କିଛି ତଥ୍ୟ ଲୁଚାଉଥିବାର ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଆଚରଣ ଓ ବ୍ୟବହାର ସ୍ପଷ୍ଟ ଜଣାପଡୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସିକନ୍ଦର ଅଲ୍ଲୀ, ରଶ୍ମୀରେଖା ଦାଶ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 6