Onn 3

ରାସ୍ତା କଡ଼ରୁ ମୁର୍ମୂଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

Crime State

juba

ବାଲେଶ୍ବର: ମୁର୍ମୂଷୁ ଅବସ୍ଥାରେ ଯୁବତୀ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ନୂଆଁ ସାହି ଛକ ପୋଷ୍ଟ ଅଫିସ ସାମ୍ନାରୁ ଯୁବତୀ ଉଦ୍ଧାର ହୋଇଛନ୍ତି । ଯୁବତୀ ଜଣକ ମାନସିକ ଶକ୍ତି ହରାଇଥିବା ଜଣାପଡିଛି । ବେଳେ ବେଳେ ମାନସିକ ଶକ୍ତି ଫେରିଲେ କିଛି କଥା କହୁଥିବା ବେଳେ ଅନ୍ୟ ସମୟରେ କିଛି କହି ପାରୁନାହାନ୍ତି । ଯୁବତୀଙ୍କୁ ଦେଖିଲେ ତାଙ୍କୁ କେହି ପ୍ରବଳ ମାଡ଼ ମାରିଥିବା ଜଣାପଡୁଛି ।

ଗୁରୁତର ଯୁବତୀଙ୍କ ଦୁଇ ଗୋଡ଼ ଓ ହାତରେ ଶକ୍ତ ପ୍ରହାର ହୋଇଥିବା ସହ ରଶିରେ ବନ୍ଧା ଯାଇଥିବା ଚିହ୍ନ ରହିଛି । ଉଦ୍ଧାର ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଅସହାୟ ମହିଳାଙ୍କ ବାବଦରେ ଜାଣିବା ପରେ ସ୍ଥାନିୟ ଲୋକେ ଏସପି ସାଗରିକା ନାଥଙ୍କୁ ଯୋଗାଯୋଗ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ଥାନାରୁ ଏକ ଭ୍ୟାନ୍ ଆସିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


Post Views: 5