ଆଗରପଡ଼ା :ବନ୍ତ ଥାନା ଅଧିନସ୍ଥ ଗଣିଜାଙ୍ଗ ପଂଚାୟତ ତରିଡ଼ି ପାଳ ଗ୍ରାମର ଟୁଟୁ କୁମାର ପାଳ ଓ ପ୍ରଭାକର ପାଳ ଦୁଇ ଭାଇଙ୍କ ଦୁଇ ଗୋଟି ମଟର ସାଇକେଲ ଗତ ଗୁରୁବାର ରାତିରେ ଚୋରୀ ହେଇଥିବା ନେଇ ଶୁକ୍ରବାର ସକାଳେ ସେମାନେ ଦେଖିବାକୁ ପାଇଥିଲେ । ଘଟଣାରୁ ପ୍ରକାଶ ଟୁଟୁ କୁମାର ପାଳଙ୍କ ଏକ ଧଳା ରଙ୍ଗର ହିରୋ ସ୍ପେଣ୍ଡର ମଟର ସାଇକେଲ, ଓଡି୨୨କ୍ୟୁ୨୦୮୯ ଓ ମନୋଜ କୁମାର ପାଳଙ୍କ ନାଲି ରଙ୍ଗର ସିଡି ଡିଲକ୍ସ ମଟର ସାଇକେଲ ଓଆର୦୧ଭି୨୦୩୮ ନମ୍ବର ଗାଡ଼ି ନିଜ ଘର ସମ୍ମୁଖରେ ବାରଣ୍ଡାରେ ଥିବା ବେଳେ, ରାତ୍ରିରେ କେହି ଦୃର୍ବୁତ୍ତ ଚୋରୀ କରି ନେଇଥିବା ଭୋର ଚାରିଟା ସମୟରେ ଦେଖିବାକୁ ପାଇଥିଲେ ଘରଲୋକ । ଏ ନେଇ ବନ୍ତ ଥାନାରେ ଟୁଟୁ ପାଳ ଓ ମନୋଜ କୁମାର ପାଳ ଦୁଇଭାଇ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ଗଣିଜାଙ୍ଗ ପଞ୍ଚଚାୟତର ବିଭିନ୍ନ ଦୋକାନ , ମେଡିକାଲ ଓ ସ୍କୁଲରେ ଚୋରୀ ହୋଉଥିବା ବେଳେ ଏଇ ଚୋରୀରେ ରାତ୍ରିରେ ସକ୍ରିୟ ଥିବା ଚୋରା ମଦ ବେପାରୀ, ଧଳା ଜହର ସମେତ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
